Below header

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପିଟିଲା ଟ୍ରକ, ଡ୍ରାଇଭର ମୃତ ହେଲପର୍ ଗୁରୁତର

ଯାଜପୁର(କେନ୍ୟୁଜ): ଚଣ୍ଡିଖୋଲ-ପାରାଦ୍ୱୀପ ଜାତୀୟ ରାଜପଥର ଶ୍ରୀରାମପୁର ଟୋଲ ଗେଟ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଭାବେ ଆହତ ହୋଇଥିବା ବ୍ୟକ୍ତିଙ୍କୁ ବଡ଼ଚଣା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ଶ୍ରୀରାମପୁର ଟୋଲ ଗେଟ ନିକଟରେ ପୂର୍ବରୁ ଏକ ଟ୍ରକ ଛିଡା ହୋଇ ରହିଥିବା ବେଳେ ଆଉ ଏକ ଟ୍ରକ ପଛପଟୁ ଧକ୍କା ଦେଇଥିଲା। ଫଳରେ ପିଟିଥିବା ଟ୍ରକ ସମ୍ମୁଖ ଭାଗ ଭାଙ୍ଗିରୁଜି ଯାଇଛି। ଘଟଣାସ୍ଥଳରେ ଚଣ୍ଡିଖୋଲ ଅଗ୍ନିଶମ ବିଭାଗର କର୍ମଚାରୀ ପହଂଚି ଟ୍ରକ ଭିତରୁ ଡ୍ରାଇଭର ଓ ହେଲପରକୁ ବାହାର କରିଥିଲେ। ଘଟଣାସ୍ଥଳରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ହେଲପର ଗୁରୁତର ଆହତ ହୋଇଛନ୍ତି।

ଟ୍ରକ ଚାଳକଙ୍କ ଅସାବଧାନତା ଯୋଗୁ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି। ମୃତ ଡ୍ରାଇଭର ଉତ୍ତରପ୍ରଦେଶ ଅଟ୍ଟା ଜିଲ୍ଲାର ଓମବୀର ଯାଦବ ବୋଲି ଜଣାପଡିଥିବା ବେଳେ ଆହତ ଜଣକ କଟରାବାଲି ଅଂଚଳର ପ୍ରେମ କିଶୋର ସିଂ ବୋଲି ଜଣାପଡିଛି। ମୃତ ଦେହକୁ ଧର୍ମଶାଳା ପୋଲିସ ଜବତ କରିଥିବା ବେଳେ ଆହତଙ୍କୁ ବଡଚଣା ମେଡିକାଲକୁ ପଠାଇ ଦିଆଯାଇଛି। ଏଥିସହ ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରି ତଦନ୍ତ ଚଳାଇଛି ପୋଲିସ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.