କଟକଣା ଭିତରେ ପାଳନ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ: ସାମାଜିକ ଦୂରତା ସହ ସାମିଲ୍ ହେବେ ୩ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩୦ ଜଣ କୋଭିଡ ଯୋଦ୍ଧା

ଭୁବନେଶ୍ବର: ଶନିବାର ଦେଶ ପାଳିବ ସ୍ୱାଧିନତା ଦିବସ । କଟକଣା ମଧ୍ୟରେ ପାଳିତ ହେବ ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ । ଏ ନେଇ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବହୁ ନିଷ୍ପତ୍ତି ପଦକ୍ଷେପ ନିଆଯାଇଛି ।

ସକାଳ ୯ଟାରେ ପରେ ଜାତୀୟ ପତାକା ଉତ୍ତୋଳନ ହେବ । ଏଥିସହ ଜାତୀୟ ସଂଗୀତ ଗାନ କରାଯିବ । କୌଣସି ପରେଡ୍‌ କିମ୍ବା ମାର୍ଚପାଷ୍ଟ ହେବ ନାହିଁ । କମ୍‌ସଂଖାରେ ପୋଲିସ କର୍ମଚାରୀ ଉପସ୍ଥିତ ରହିବେ । କାର୍ଯ୍ୟକ୍ରମରେ ସାଧାରଣ ଲୋକ ଅଂଶଗ୍ରହଣ କରିବେ ନାହିଁ । ସର୍ବାଧିକ ୫୦ରୁ ୭୫ଜଣ ଅତିଥି ଅଂଶଗ୍ରହଣ କରିବେ । ଅତିଥିଙ୍କ ମଧ୍ୟରେ ୧୫ରୁ ୨୦ କୋଭିଡ ଯୋଦ୍ଧା ରହିବେ । କୋଭିଡ ନିୟମ ମାନି ସବୁ କାମ କରିବାକୁ ସମସ୍ତ ଜିଲ୍ଲାପାଳ ଓ SPଙ୍କୁ ଗୃହ ବିଭାଗ ପକ୍ଷରୁ କୁହାଯାଇଛି ।

ଏହାବ୍ଯତିତ ସାମାଜିକ ଦୂରତା ସହ ୩ ପ୍ଲାଟୁନ ପୋଲିସ ଫୋର୍ସ ସଲାମୀ ଦେବା ଲାଗି ମଞ୍ଚ ନିକଟରେ ରହିବେ । ଓଡ୍ରାଫ, ଓଏସ୍‌ଏପି ଓ ଏସ୍‌ଏସ୍‌ବିର ଗୋଟିଏ ଲେଖାଏ ଟିମ୍‌ ଅଂଶଗ୍ରହଣ କରିବେ । ଏଥିରେ ଓଏସଏପିର ପୋଲିସ ବ୍ୟାଣ୍ଡ ରହିବ । ମୁଖ୍ୟମନ୍ତ୍ରୀ ପତାକା ଭତ୍ତୋଳନ କରିବା ବେଳେ କେହି ମଞ୍ଚ ନିକଟକୁ ଯିବେ ନାହିଁ । ଚଳିତ ବର୍ଷ ସ୍ୱାଧୀନତା ଦିବସ ଉତ୍ସବରେ ୩୦ ଜଣ କୋଭିଡ ଯୋଦ୍ଧାଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉତ୍ସବରେ ଅତିଥିଙ୍କୁ ମିଶାଇ ମୋଟ ଶହେ ଜଣ ସାମିଲ ହେବେ । ପରେଡ ଦେଖିବାକୁ ଜନସାଧାରଣଙ୍କ ପ୍ରବେଶ ଉପରେ କଟକଣା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.