ମ୍ୟାଚ୍ ଜିତିଲା ପାକ୍ କିନ୍ତୁ ମନ ଜିତିଲେ ପ୍ରଶଂସକ, ଷ୍ଟାଡିୟମରେ ପଡିଥିବା ମଇଳା ସଫା କଲେ ପାକିସ୍ତାନୀ

ଭାରତଠୁ ହାରିବା ପରେ ପାକିସ୍ତାନ ଟିମ୍ ଏବଂ ତାଙ୍କ ପ୍ରଶଂସକଙ୍କୁ ଖୁବ୍ ଟ୍ରୋଲ୍ କରିଥିଲା ସୋସିଆଲ୍ ମିଡିଆ । ମ୍ୟାଚ୍ ପରେ କେହି ଫ୍ୟାନ୍ କାନ୍ଦୁଥିବାର ତ କେହି ଟିଭି ଭାଙ୍ଗୁଥିବାର ଭିଡିଓ ସାମ୍ନାକୁ ଆସିଥିଲା । ତେବେ ଏସବୁ ମଧ୍ୟରେ ଆଉ ଏକ ଭିଡିଓ ଆସିଛି ସାମ୍ନାକୁ । ଯାହାକୁ ଦେଖିବା ପରେ କେହି ବି ପ୍ରଶଂସା ନକରି ରହିପାରିବନି ।

ନ୍ୟୁଜିଲାଣ୍ଡ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚକୁ ୬ ରନରେ ଜିତି ନେଇଛି ପାକ୍ । କିନ୍ତୁ ଫ୍ୟାନ୍ସ ଜିତି ନେଇଛନ୍ତି ପୁରା ବିଶ୍ବର ମନ । ଟିମର ବିଜୟରେ ଖୁସି ହୋଇ ସଡକରେ ଉତ୍ସବ ପାଳନ କରୁଥିବା ପ୍ରଶଂସକଙ୍କ ଏବେ ଦେଖିବାକୁ ମିଳିଛି ପରିବର୍ତ୍ତିତ ଚେହେରା । ଟିମର ବିଜୟ ପରେ ନିଜ ସ୍ଥାନରୁ ଉଠି ଷ୍ଟାଡିୟମରେ ପଡିଥିବା ମଇଳା ସଫା କରିଥିଲେ । ମ୍ୟାଚ୍ ସମୟରେ ସେଠାରେ ଉପସ୍ଥିତ ଦର୍ଶକ ସ୍ଥାନଟିକୁ ଏମିତି ଅପରିସ୍କାର କରିଥିଲେ ଯେ ଏହି ପାକିସ୍ତାନୀ ଫ୍ୟାନ୍ସ ସେସବୁକୁ ଉଠାଇ ଏକ ଥଳିରେ ଭର୍ତ୍ତି କରି ଷ୍ଟାଡିୟମ ବାହାରେ ଥିବା ଡଷ୍ଟବିନରେ ପକାଇଥିଲେ । ଏହି ଭିଡିଓ ଏବେ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେବାରେ ଲାଗିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.