ପାକିସ୍ତାନର ପୂର୍ବତନ କ୍ରିକେଟର ଅବ୍ଦୁଲ କାଦିରଙ୍କ ନିଧନ

ପାକିସ୍ତାନର ପୂର୍ବତନ କ୍ରିକେଟର ତଥା ଜଣାଶୁଣା ସ୍ପିନର ଅବ୍ଦୁଲ କାଦିର(୬୭)ଙ୍କ ପରଲୋକ ହୋଇଛି। ସୂଚନା ମୁତାବକ, କାଦିରଙ୍କ ମୃତ୍ୟୁ କାର୍ଡିଆକ ଆଟାକ ଯୋଗୁଁ ହୋଇଥିବା ଜଣାପଡିଛି। କାଦିର ପାକିସ୍ତାନ ପାଇଁ ୬୭ଟି ମ୍ୟାଚ ଖେଳିଥିଲେ। ତାଙ୍କ ନାମରେ ୨୩୬ଟି ଟେଷ୍ଟ ଓ୍ଵିକେଟ ରହିଥିବା ବେଳେ ସେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ଚୟନକର୍ତ୍ତା ରହିଥିଲେ। କାଦିରଙ୍କ ମୃତ୍ୟୁ ବେଳେ ତାଙ୍କ ପତ୍ନୀ, ଚାରି ଜଣ ଝିଅ ତାଙ୍କ ନିକଟରେ ରହିଥିଲେ। ପାକିସ୍ତାନ କ୍ରିକେଟର ଅମର ଅକମଲଙ୍କ କାଦିରଙ୍କ ଜାମାତା ଅଟନ୍ତି। କାଦିର ୬୭ ଟି ଟେଷ୍ଟ ଏବଂ ୧୦୪ଟି ଏକଦିବସୀୟ ମ୍ୟାଚ ଖେଳିଛନ୍ତି। ନିଜର ଅର୍ନ୍ତରାଷ୍ଟ୍ରୀୟ କ୍ୟାରିଅରରେ ୩୬୮ଟି ଓ୍ଵିକେଟ କାଦିର ନେଇଛନ୍ତି।

କାଦିରଙ୍କ ନିଧନରେ ଭାରତୀୟ କ୍ରିକେଟର ହରଭଜନ ସିଂ ଟ୍ଵିଟ୍‌ କରି ଦୁଃଖ ପ୍ରକାଶ କରିଛନ୍ତି। କାଦିର ଜଣେ ଉତ୍ତମ ବୋଲର, ମହାନ ବ୍ୟକ୍ତିତ୍ୱ ରହିଥିଲେ। ତାଙ୍କ ମୃତ୍ୟୁ ପାକିସ୍ତାନ କ୍ରିକେଟ ପାଇଁ ଅପୂରଣୀୟ କ୍ଷତି । ତାଙ୍କ ପରିବାର ସହିତ ମୋର ସହାନୁଭୂତି ରହିଛି ବୋଲି ଭଜି ଟ୍ଵିଟ୍‌ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.