ଭାରତୀୟ ଷ୍ଟେଟ ବ୍ୟାଙ୍କରେ ୪୭୭ଟି ପଦବୀ ଖାଲି, ଜଲଦି କରନ୍ତୁ ଆବେଦନ

ବ୍ୟାଙ୍କ ଚାକିରି ପାଇଁ ଆଶାୟୀ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ଯୋଗ୍ୟ ଏବଂ ଇଚ୍ଛକ ଥିବା ପ୍ରାର୍ଥୀ ସ୍ପେଶାଲିଷ୍ଟ କ୍ୟାଡର ଅଫିସର ଏବଂ ଏସ୍‌ଓ ପଦବୀ ନିଯୁକ୍ତି ସୁଯୋଗ ଦେଉଛି। ଏସବିଆଇ ପକ୍ଷରୁ ଜାରି ହୋଇଥିବା ନୋଟିଫିକେସନରେ ପାଖାପାଖି ୪୭୭ଟି ପଦବୀ ଖାଲି ରହିଛି। ଏଥିପାଇଁ ସେପ୍ଟେମ୍ବର ୬ ତାରିଖରୁ ଆବେଦନ ପତ୍ର ଜାରି ମଧ୍ୟ କରାଯାଇଛି। ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଷ୍ଟେଟ ବ୍ୟାଙ୍କର ଅଫିସିଆଲ ୱେବସାଇଟକୁ ଯାଇ ଅନଲାଇନ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ୨୫ ସେପ୍ଟେମ୍ବର ରହିଛି। ପରୀକ୍ଷା ଏବଂ ଇଣ୍ଟରଭ୍ୟୁରେ ଯୋଗ୍ୟ ବିବେଚିତ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ ବୋଲି ବ୍ୟାଙ୍କ ପକ୍ଷରୁ କୁହାଯାଇଛି।

ଅଧିକ ଜାଣିବା ପାଇଁ ଅଫିସିଆଲ େଓ୍ଵବସାଇଟକୁ sbi.co.in ଯାଇ ହୋମପେଜରେ careers ସେକ୍ସନରେ କ୍ଲିକ କରନ୍ତୁ। ଏହାପରେ ‘ specialist cadre regular recruitment ’ରେ କ୍ଲିକ କରନ୍ତୁ। ଏବେ ଅନଲାଇନ ଅପ୍ଲାଇ କରିବା ପାଇଁ ଦିଆଯାଇଥିବା ନିର୍ଦ୍ଦେଶକୁ ପଢିବା ପରେ ନିଜର ସଂପୂର୍ଣ୍ଣ ବିବିରଣୀକୁ ରେଜିଷ୍ଟ୍ରର କରନ୍ତୁ। ଫର୍ମରେ ପୂରଣ କରିବା ପରେ ଫଟୋ, ଆବେଦନ ଶୁଳ୍କ ଦେବା ପରେ ଆଦେବନ ପ୍ରକ୍ରିୟା ଶେଷ ହେବ। ଆବେଦନ କରିବା ପାଇଁ ସାଧାରଣ ବର୍ଗଙ୍କ ପାଇଁ ୭୫୦ ଟଙ୍କା ରହିଥିବା ବେଳେ ଆରଂକ୍ଷଣ ଶ୍ରେଣୀ ପାଇଁ ୧୨୫ ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି।

Leave A Reply

Your email address will not be published.