Below header

ପର୍ଥ ଟେଷ୍ଟ : କୋହଲି ଓ ରାହାଣେ ଭାରତକୁ ଇନିଂସ୍‌ ଅଗ୍ରଣୀ ଦେଇ ପାରିବେ

ପର୍ଥ : ଅଧିନାୟକ ବିରାଟ କୋହଲି ଏବଂ ଅଜିଙ୍କ୍ୟ ରାହାଣେ ଅର୍ଦ୍ଧଶତକ କରି ଅପରାଜିତ ଅଛନ୍ତି । ଯାହାଫଳରେ ପର୍ଥ ଟେଷ୍ଟର ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଭାରତ କରିଛି ୩ ଓ୍ଵିକେଟ୍‌ରେ ୧୭୨ ରନ୍‌ । ପୂର୍ବରୁ ଘରୋଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍‌ ୩୨୬ ରନ୍‌ରେ ଶେଷ ହୋଇଥିଲା ।

KOHALI
ଭାରତ ୧ ରନ୍‌ରେ ମୁରଲୀ ବିଜୟ ଓ ୨ ରନ୍‌ରେ ଲୋକେଶ ରାହୁଲଙ୍କ ଓ୍ଵିକେଟ୍‌ ହରାଇଥିଲା । ଏହା ପରେ ଚେତେଶ୍ୱର ପୂଜାରା (୨୪) ଏବଂ କୋହଲି ତୃତୀୟ ଓ୍ଵିକେଟ୍‌ରେ ୮୦ ରନ୍‌ ଯୋଡ଼ି ଦୋହଲି ଯାଇଥିବା ମୂଳଦୁଆକୁ ଦୃଢ଼ କରିଥିଲେ । ତେବେ ନିଜ ଚିରାଚରିତ ଷ୍ଟାଇଲରେ ଧୈର୍ଯ୍ୟର ସହ ଖେଳି ବଡ଼ ସ୍କୋର କରିବାର ସୂଚନା ଦେବା ପରେ ପୂଜାରା ଷ୍ଟାର୍କଙ୍କ ବଲ୍‌ରେ ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପାଇନ୍‌ଙ୍କୁ କ୍ୟାଚ୍‌ ଦେଇ ପଡ଼ିଆ ଛାଡ଼ିଥିଲେ ।

RAHANE-1

ସିଲଭର ଜୁବୁଲି ଟେଷ୍ଟ ଶତକ ପାଇଁ ଦରକାର ଆଉ ୧୮ ରନ୍‌

ଏହା ପରେ ଆରମ୍ଭ ହୋଇଥିଲା କୋହଲି ଓ ରାଣେଙ୍କ ଭାଗିଦାରୀ । ଅସମାପ୍ତ ଚତୁର୍ଥ ଓ୍ଵିକେଟ୍‌ରୁ ସେମାନେ ୯୦ ରନ୍‌ ସଂଗ୍ରହ କରିଛନ୍ତି । କୋହଲି ୮୨ ରନ୍‌ (୧୮୧ ବଲ୍‌, ଚୌକା) କରି ଆଉ ଏକ ଟେଷ୍ଟ ଶତକ ଆଡ଼କୁ ମୁହାଁଇଛନ୍ତି । ଆଉ ୧୮ ରନ୍‌ କଲେ ସେ ୨୫ତମ ଟେଷ୍ଟ ଶତକ ପୂରଣ କରିବେ । ସେହିପରି ରାହାଣେ ଆରମ୍ଭରୁ ଟିକେ ଆକ୍ରଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିବା ପରେ ସତର୍କତାର ସହ ଖେଳି ଅପରାଜିତ ୫୧ ରନ୍‌ (୧୦୩ ବଲ୍‌, ୬ ଚୌକା ଓ ୧ ଛକା) କରିଛନ୍ତି । ଭଲ ପାର୍ଟନରସିପ୍‌ ହେଲେ ଭାରତ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ନେଇ ପାରିବ ।  ଏହିଭଳି ଭଲ ପାର୍ଟନରସିପ୍‌ ହେଲେ ଭାରତ ପ୍ରଥମ ଇନିଂସ୍‌ରେ ଅଗ୍ରଣୀ ନେଇ ପାରିବ । ହେଲେ ଓ୍ଵିକେଟ୍‌ରେ ଧୈର୍ଯ୍ୟର ସହ ରହି ଖେଳିବାକୁ ପଡ଼ିବ ।
ପୂର୍ବରୁ ଅଷ୍ଟ୍ରେଲିଆ ଦଳ ୬ ଓ୍ଵିକେଟ୍‌ରେ ୨୭୭ ରନ୍‌ରୁ ଖେଳ ଆରମ୍ଭ କରିଥିଲା । ଆଉ ୪୯ ରନ୍‌ ଯୋଡ଼ି ୩୨୬ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଥିଲା । ଭାରତ ପକ୍ଷରୁ ଇଶାନ୍ତ ଶର୍ମା ୪ଟି ଓ୍ଵିକେଟ୍‌ ଦଖଲ କରିଥିଲେ ।

ସ୍କୋର : ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌-୩୨୬ (ହ୍ୟାରିସ୍‌ ୭୦, ଫିଞ୍ଚ୍‌ ୫୦, ସନ୍‌ ମାର୍ଶ ୪୫, ଟ୍ରାଭିସ୍‌ ହେଡ୍‌ ୫୮, ଟିମ୍‌ ପାଇନ୍‌ ୩୮ା ଇଶାନ୍ତ ଶର୍ମା ୪/୪୧, ବୁମରା ୨/୫୩, ଉମେଶ ଯାଦବ ୨/୭୮, ବିହାରୀ ୨/୫୩) ।
ଭାରତ ପ୍ରଥମ ଇନିଂସ୍‌- ୧୭୨/୩, ୬୯ ଓଭର (ପୂଜାରା ୨୪, କୋହଲି ଅପରାଜିତ ୮୨, ରାହାଣେ ଅପରାଜିତ ୫୧ । ଷ୍ଟାର୍କ ୨/୪୨) ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.