Below header

ଫ୍ୟାକ୍ଟ୍ରିରେ ରୋବକୁ ଆସିଲା କର୍ମଚାରୀଙ୍କ ଉପରେ ରାଗ, ପୁରାଇ ଦେଲା ୧୦ଟି ତୀକ୍ଷ୍ନ ଲୁହା ରଡ଼୍

ବେଜିଂ : ଆଧୁନିକ ଯୁଗରେ ଲୋକ ନିଜର କାର୍ଯ୍ୟର୍ନିବାହ ପାଇଁ ବିଭିନ୍ନ ପ୍ରକାରର ଯନ୍ତ୍ରପାତି ତଥା ରୋବଟର ସାହାଯ୍ୟ ଲୋଡ଼ୁଛନ୍ତି। ଏପରିକି ଚାଇନାରେ ସୋଫିଆ ନାମକ ରୋବଟ ଫ୍ୟାକ୍ଟ୍ରିରେ ଲୋକଙ୍କ କାର୍ଯ୍ୟରେ ସାହାଯ୍ୟ କରୁଛି। ଏହାଛଡ଼ା କିଛି ଦେଶରେ ରାସ୍ତାରେ ରୋବଟଙ୍କ ଉପରେ ସଂପୂର୍ଣ୍ଣ ଭରସା କରି ଡ଼୍ରାଇଭର ଲେସ ଗାଡ଼ି ମଧ୍ୟ ଚଲାଯାଉଛି।କିନ୍ତୁ ଚାଇନାରେ ନିକଟରେ ରୋବଟ ସମ୍ବନ୍ଧୀୟ ଏପରି ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଯାହା ଦ୍ବାରା ରୋବର୍ଟଙ୍କ ଉପରେ ସଂପୂର୍ଣ୍ଣ ବିଶ୍ବାସ, କେତେ କ୍ଷତିକାରକ ତାହା ଜଣାପଡ଼ିଛି।

ROBOT-1

ଦକ୍ଷିଣ ଚାଇନାର ଝୁଜୋ ପ୍ରାନ୍ତରେ ଚାଇନା ମାଟିରେ ପ୍ରସ୍ତୁତ ବାସନ ପାଇଁ ଏକ ଫ୍ୟାକ୍ଟ୍ରି ରହିଛି। ଏଠାରେ ମଣିଷ କର୍ମଚାରୀଙ୍କ ସହ ମିଶି କାମ କରିଥାନ୍ତି ରୋବଟ । କିନ୍ତୁ ନିକଟରେ ରୋବଟ ମଣିଷ ଉପରେ ରାଗ ରଖି ତାହା ଉପରେ ୧୦ଟି ଷ୍ଟିଲର ତୀକ୍ଷ୍ନ ରଡ଼ ଫୋପାଡ଼ି ଥିଲା। ଯାହା କର୍ମଚାରୀଙ୍କ ଜୀବନ ଉପରେ ଆଶାଙ୍କା ସୃଷ୍ଟି କରିଥିଲା। ରୋବଟଟି କର୍ମଚାରୀର ହାତ ଏବଂ ଛାତି ପାଖରେ ୧୦ଟି ରଡ଼ ପୁରାଇ ଦେଇଥିଲା।

robot

ଲୁହା ରଡ଼ ଦେଢ଼ ସେଣ୍ଟିମିଟର ମୋଟା ରହିଥିଲା। ଫଳରେ କର୍ମଚାରୀଙ୍କ ଅବସ୍ଥା ଗମ୍ଭୀର ହେବା ସହ ତାଙ୍କୁ ତୁରନ୍ତ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କର ଏକ ଦଳ ବହୁ ଘଣ୍ଟାର ଅନ୍ତ୍ରୋପଚାର କରିବା ସହ ସେହି ରଡ଼ ଗୁଡ଼ିକୁ ବାହାର କରିଥିଲା। ଏବେ କର୍ମଚାରୀଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ତେବେ ଏହା ଫ୍ୟାକ୍ଟ୍ରି ଏବଂ ସେଠାରେ କାର‌୍ୟ୍ୟ କରୁଥିବା ଅନ୍ୟାନ୍ୟ କର୍ମଚାରୀଙ୍କ ପାଇଁ ଭୟର କାରଣ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.