ଜାତୀୟ ସ୍ତରରେ ଗୌରବ ଆଣିଲେ ଓଡିଆ ପୁଅ, ପ୍ରମୋଦ ଏବଂ ବରିଷ୍ଠ କ୍ରୀଡା ସାମ୍ବାଦିକ ସମ୍ବିତ ମହାପାତ୍ରଙ୍କୁ ଏସଜେଏଫ୍‌ଆଇ ସମ୍ମାନ

ଜାତୀୟ ସ୍ତରର ଗୌରବ ଆଣିଛନ୍ତି ପାରାଅଲିମ୍ପିକ୍ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ ଏବଂ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର। ମଙ୍ଗଳବାର ଗୌହାଟୀରେ ଅନୁଷ୍ଠିତ ଏସ୍‌ଜେଏଫଆଇ (ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ)ର ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌)ରେ ପ୍ରମୋଦଙ୍କୁ ବର୍ଷର ଶ୍ରେଷ୍ଠ ପାରା କ୍ରୀଡ଼ାବିତ୍‌ ସମ୍ମାନ ପ୍ରଦାନ ଲାଗି ମନୋନୀତ କରାଯାଇଛି।

ଅନ୍ୟତମ ପାରା ଅଲିମ୍ପିକ୍ ପଦକ ବିଜେତା ସୁମିତ ଅନ୍ତିଲଙ୍କ ସହ ପ୍ରମୋଦଙ୍କୁ ଏହି ସମ୍ମାନ ମିଳିବ। ସୁଟର ଅବନି ଲେଖରାଙ୍କୁ ଶ୍ରେଷ୍ଠ ମହିଳା ପାରା କ୍ରୀଡ଼ାବିତ ସମ୍ମାନ ମିଳିବ। ଟୋକିଓ ଅଲିମ୍ପିକ୍‌ରେ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଜାଭିଲିନ୍ ତାରକା ନୀରଜ ଚୋପ୍ରା ଏବଂ ରୌପ୍ୟ ପଦକ ବିଜୟିନୀ ଭାରୋତ୍ତୋଳିକା ମୀରାବାଇ ଚାନୁଙ୍କୁ ଏସ୍‌ଜେଏଫଆଇର ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍‌, ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କରଙ୍କୁ ମର୍ଯ୍ୟାଦାଜନକ ଏସ୍‌ଜେଏଫଆଇ ମେଡ଼ାଲ ପ୍ରଦାନ କରାଯିବ। ୪୦ ବର୍ଷ ପରେ ଅଲିମ୍ପିକ୍ ପଦକ ଜିତିଥିବା ଭାରତୀୟ ହକି ଦଳକୁ ବର୍ଷର ଶ୍ରେଷ୍ଠ ଦଳ ଏବଂ ଦଶନ୍ଧି ଧରି ଅଲିମ୍ପିଆନ୍‌ଙ୍କ ସମର୍ଥନ ଦେଇ ଆସିଥିବା ଅଲିମ୍ପିକ୍ ଗୋଲ୍ଡ କ୍ବେଷ୍ଟ୍‌ (ଓଜିକ୍ୟୁ)କୁ ଏସ୍‌ଜେଏଫଆଇ ସ୍ବତନ୍ତ୍ର ସମ୍ମାନ ମିଳିବ। ଏହି ଏଜିଏମ୍‌ରେ ୨୦୨୨-୨୩ ବର୍ଷ ପାଇଁ ଏସ୍‌ଜେଏଫଆଇର ନୂଆ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.