ଲୁଚକାଳି ଖେଳୁଛନ୍ତି ବ୍ରହ୍ମପୁରର ଡାକ୍ତର ସୁମିତ୍, ବିଳମ୍ବିତ ରାତିରେ ପୁଣି ୮ଦିନିଆ ଛୁଟି କଲେ ଆବେଦନ

ବ୍ରହ୍ମପୁର(କେନ୍ଯୁଜ୍): ଆଉ ୮ଦିନ ଛୁଟି ଆବେଦନ କଲେ ଡାକ୍ତର ସୁମିତ୍‌। ଏଥିପାଇଁ ଇ ମେଲ୍‌ ଯୋଗେ ଗତକାଲି ବିଳମ୍ବିତ ରାତିରେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଏ ବାବଦରେ ଅବଗତ କରାଇଛନ୍ତି। ଆଉ ତାହା ସେ CDMOଙ୍କୁ ପଠାଇଦେବାର କହିଛନ୍ତି। ସେପଟେ ସ୍ୱାମୀ ସୁମିତ୍‌ଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତପସ୍ୱିନୀ। ଅଭିଯୋଗ କରିଛନ୍ତି, ତାଙ୍କୁ ଓ କୋର୍ଟଙ୍କ ଆଦେଶକୁ ଅବମାନନା କରିଛନ୍ତି ସୁମିତ ।

ସୂଚନା ଥାଉକି, ଗତ ୬ ଦିନ ହେଲା ସୁମିତ୍‌ଙ୍କର ଖୋଜଖବର ନାହିଁ ? କେଉଁଠି ଅଛନ୍ତି କାହାକୁ ଜଣା ନାହିଁ । ଖୋଜୁଛନ୍ତି ପତ୍ନୀ ତପସ୍ୱିନୀ । ଥାନାରେ ଏତଲା ଦେବା ପରେ  ବ୍ରହ୍ମପୁର ଏସ୍‌ଡିଜେଏମ୍‌ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ତପସ୍ୱିନୀ । ପିଟିସନ୍‌ ଦାଖଲ କରିଛନ୍ତି ।

ଅନ୍ୟପଟେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀଙ୍କ କହିବା ଅନୁସାରେ ସୁମିତ ଆଜି ନିଜର ଚିକିତ୍ସା ପାଇଁ ବ୍ରହ୍ମପୁର ଯିବାର ଥିଲା। ଏନେଇ ମେଲ୍‌ କରି ସେ ଜଣାଇଥିଲେ । ସେପଟେ ଆସ୍କା ଥାନାରୁ ରିପୋର୍ଟ ପାଇବା ପରେ ବ୍ରହ୍ମପୁର ଏସଡିଜେଏମ ପିଟିସନର ଶୁଣାଣି କରି କିିଛି ନିର୍ଦ୍ଦେଶ ଦେଇପାରନ୍ତି । କିନ୍ତୁ ପୁଣି ଗତକାଲି ବିଳମ୍ବିତ ରାତିରେ ପୁଣି ଆଉ ୮ଦିନ ଛୁଟି ଆବେଦନ କରିଛନ୍ତି ଡାକ୍ତର ସୁମିତ୍‌। ଯାହା ସେ ବାଲିସିରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜଙ୍କୁ ଅବଗତ କରାଇଛନ୍ତି। ଏହି ଘଟଣା ପରେ ଯାହା ଲାଗୁଛି ଡାକ୍ତର ସୁମିତ୍ ତପସ୍ୱିନୀଙ୍କ ସହ ଏକ ପ୍ରକାରର ଲୁଚକାଳି ଖେଳ ଖେଳୁଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.