ରାହୁଲ ସର୍ବାଧିକ ଦରରେ ବିକ୍ରିହେଲେ, ରାହୁଲଙ୍କ ସହ ପାଣ୍ଡ୍ୟା ସମ୍ଭାଳିବେ ନୂଆ ମଙ୍ଗ

ଆସନ୍ତା ମାସରେ ହେବାକୁ ଯାଉଛି ଆଇପିଏଲ ୨୦୨୨ସଂସ୍କରଣ ପାଇଁ ମେଗା ଅକ୍ସନ । ଏଠି କହିରଖୁଛୁ କି ଚଳିତବର୍ଷ ଦୁଇ ନୂଆ ଦଳ ସାମିଲ ହେବାକୁ ଯାଉଛି । ଲକ୍ଷ୍ନୌ ଓ ଅହମଦାବାଦ ଦୁଇ ନୂଆ ଦଳ କିଛି ଖେଳାଳୀଙ୍କୁ ନିଜ ସହ ସାମିଲ କରିଛନ୍ତି । ଲକ୍ଷ୍ନୋ ଟିମ କେ ଏଲ ରାହୁଲ, ମାର୍କସ ଷ୍ଟୋଇନିସ ଯିଏ କି ଅଷ୍ଟ୍ରେଲିଆନ ପ୍ଲେୟାର, ଓ ରବି ବିଷ୍ଣୋଇଙ୍କୁ କିଣିଥିବା ବେଳେ ହମଦାବାଦ ଟିମ ହାର୍ଦ୍ଦିକ ପାଣ୍ଡ୍ୟା ରସିଦ ଖାନ ଓ ସୁବମନ ଗିଲଙ୍କ ସହ ଚୁକ୍ତି କରିଛି । ରାହୁଲଙ୍କୁ ସର୍ବାଧିକ ୧୭କୋଟି ଟଙ୍କାରେ କିଣିଛି ଟିମ । ଯାହା ଆଇପିଏଲ ଇତିହାସରେ ତାଙ୍କ ପାଇଁ ରେକର୍ଡ । କାରଣ ଏହି ଦାମରେ ଅକ୍ସନ ପୂର୍ବରୁ ବିରାଟ କୋହଲି ରୟାଲ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ସହ ଚୁକ୍ତି କରିଥିଲେ ।

କହିରଖୁଛୁ ଅନ୍ୟ ଖେଳାଳୀଙ୍କ ଭିତରେ ଅହମଦାବାଦର ହାର୍ଦ୍ଦିକଙ୍କୁ ୧୫କୋଟିରେ ଦଳ କିଣିଥିବା ବେଳେ ରସିଦ ଖାନ ମଧ୍ୟ ସମାନରେ ରହିଛନ୍ତି । ଅର୍ଥାତ ରସିଦ ମଦ୍ୟ ୧୫କୋଟିରେ । ଶୁବମନ ଗିଲଙ୍କୁ ୮କୋଟିରେ ଡିଲ କରିଛି କମ୍ପାନୀ । ଅନ୍ୟପଟେ କେ ଏଲ ରାହୁଲ ୧୭କୋଟି ଥିବାବେଳେ ଷ୍ଟୋଇନିସ ୯.୨କୋଟି ଓ ବିଷ୍ଣୋଇଙ୍କୁ ମିଳିବ ୪କୋଟି । ଏହି ମେଗା ଅକ୍ସନରେ ୧୨୧୪ଖେଳାଳୀ ସାମିଲ ହୋଇଥିବା ବେଳେ ଭାରତୀୟ ଖେଳାଳୀ ୮୯୬ଜଣ ୩୧୮ଜଣ ବିଦେଶୀ ଖେଳାଳୀ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.