Below header

ଯଦି ଆପଣ ହ୍ଵାଟ୍ସଆପରେ କିଛି ଗ୍ରୁପ ଆଡମିନ ଅଛନ୍ତି ତେବେ ଏହି ୫ କଥାକୁ ଇଗ୍ନୋର କରନ୍ତୁ ନାହିଁ,ହୋଇପାରେ ଜେଲ୍‌

ନୂଆଦିଲ୍ଲୀ : ଏବେ ଲୋକଙ୍କ ନିକଟରେ ଅନେକ ଇନଷ୍ଟାଣ୍ଟ ମେସେଜିଂ ଆପର ବିକଳ୍ପ ରହିଛି । ତେବେ କିଛି ଖାସ ଫିଚର୍ସ ଓ ସହଜ ବ୍ୟବହାର ତରିକା ପାଇଁ ସର୍ବାଗ୍ରେ ରହିଛି ହ୍ଵାଟ୍ସଆପ । ଏହା ବହୁଳ ମାତ୍ରାରେ ବ୍ୟବହାର ହେଉଛି । ଏହାକୁ ପର୍ସନାଲ ସହ ପ୍ରଫେସନାଲ କାମ ପାଇଁ ମଧ୍ୟ ଅଧିକ ବ୍ୟବହାର କରାଯାଉଛି । ଏବେ ହ୍ଵାଟ୍ସଆପରେ ଗ୍ରୁପ ମଧ୍ୟ କରାଯାଉଛି । ଯଦି ଆପଣ କିଛି ଗ୍ରୁପରେ ଆଡମିନ ଅଛନ୍ତି ଓ ଗ୍ରୁପରେ ହ୍ଵାଟ୍ସଆପ ପଲିସି ଉଲଂଘନ କରାଯାଉଛି । ତେବେ ନିୟମ ଅନୁଯାୟୀ ଆପଣଙ୍କୁ ଜେଲ ହୋଇପାରେ । ଏବେ ଆମେ ଆପଣଙ୍କୁ ଏମିତି କିଛି ନିୟମ ବିଷୟରେ କହିବୁ ଯାହାକୁ କେବେ ବି ନଜର ଅନ୍ଦାଜ କରାଯିବା କଥା ନୁହେଁ ।

୧. ରାଷ୍ଟ୍ର ବିରୋଧୀ କଣ୍ଟେଣ୍ଟ ସେୟାର ହେଲେ

ଯଦି କୌଣସି ଗ୍ରୁପରେ ଦେଶ ବିରୋଧୀ କଣ୍ଟେଣ୍ଟ ସେୟାର କରାଯାଏ ତେବେ କେବଳ ସେୟାର କରିବା ବାଲା ନୁହଁନ୍ତି ଏହି ଗ୍ରୁପର ଆଡମିନରେ ଥିବା ବ୍ୟକ୍ତିଙ୍କୁ ମଧ୍ୟ ଦୋଷୀ ଭାବେ ବିଚାର କରାଯିବ । ଏପରି ସ୍ଥିତିରେ ଉଭୟଙ୍କୁ ଜେଲ ମଧ୍ୟ ହୋଇପାରେ । ନିକଟରେ ଉତ୍ତର ପ୍ରଦେଶ ବାଗପତରେ ଏମିତି ଏକ ମାମଲା ଦେଖିବାକୁ ମିଳିଥିଲା । ଯଦି ଆପଣ ଗ୍ରୁପ ଆଡମିନ ଅଛନ୍ତି ତେବେ ସତର୍କ ହୋଇଯାଆନ୍ତୁ ।

୨. କାହାର ପର୍ସନାଲ ଫଟୋ ଓ ଭିଡିଓ ସେୟାର କଲେ

ଯଦି ଗ୍ରୁପରେ କାହାର ପର୍ସନାଲ ଫଟୋ ଓ ଭିଡିଓ ତାଙ୍କର ଅନୁମତି ବିନା ସେୟାର କରନ୍ତି କିମ୍ବା କାହାର ଫଟୋ ଓ ଭିଡିଓ ସର୍କୁଲେଟ କରନ୍ତି ତେବେ ଆଡମିନ ମଧ୍ୟ ନିୟମ ଭାଙ୍ଗିବା ଦୋଷରେ ଦୋଷୀ ହେବେ । ଏଥିପାଇଁ ତାଙ୍କୁ ଜେଲ ଦଣ୍ଡ ମିଳିପାରେ ।

୩. ହିଂସା ସୃଷ୍ଟି କରିବା

ଯଦି କୌଣସି ଗ୍ରୁପରେ ଏମିତି କିଛି କଣ୍ଟେଣ୍ଟ (ବିଷୟ) ସେୟାର କରନ୍ତି, ଯେଉଁଥିରେ କିଛି କମ୍ୟୁନିଟି, ଧର୍ମ ଓ ଲୋକଙ୍କ ମଧ୍ୟରେ ହିଂସା ସୃଷ୍ଟି କଲା ଭଳି ପରିସ୍ଥିତି ଉପୁଜେ, ସେ ପରିସ୍ଥିତିରେ ଗ୍ରୁପ ଆଡମିନ ଗିରଫ ହୋଇ ଜେଲ ଯାଇପାରନ୍ତି ।

୪. ଅଶ୍ଲୀଳ ଫଟୋ ଓ ଭିଡିଓ (Pornography) ସେୟାର କଲେ

ହ୍ଵାଟ୍ସଆପରେ ଯଦି କୌଣସି ଆପତ୍ତିଜନକ ବିଷୟ ସେୟାର କରନ୍ତି ବିଶେଷ କରି ଶିଶୁଙ୍କ ଅଶ୍ଲୀଳ ଫଟୋ (Child Pornography) ସମ୍ପର୍କିତ କିଛି ବିଷୟ ସେୟାର କରନ୍ତି । ତେବେ ଗ୍ରୁପ ଆଡମିନଙ୍କୁ ଜେଲ ହୋଇପାରେ ।

୫. ଭାରତ ସରକାର ଫେକ ନ୍ୟୁଜ ଓ ଫେକ୍‌ କଣ୍ଟେଣ୍ଟ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଯଦି କେହି ଫେକ ନ୍ୟୁଜ ଓ ଫେକ୍‌ ଆକାଉଣ୍ଟ ଚଳାନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ । ଏଥିପାଇଁ ଆଡମିନଙ୍କୁ ଜେଲ ଦଣ୍ଡ ବି ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.