କିଟ୍ ଷ୍ଟାଡିୟମରେ ଜୋରସୋରରେ ଚାଲିଛି ରଣଜୀ ମ୍ୟାଚ ଅଭ୍ୟାସ

ଭୁବନେଶ୍ବର (କେନ୍ଯୁଜ୍) : କିଟ ଷ୍ଟାଡିୟମରେ ଜୋରସୋରରେ ଚାଲିଛି ଅଭ୍ୟାସ । ନଭେମ୍ବର ୧ ତାରିଖରେ ହରିଆଣା ବିପକ୍ଷ ରଣଜୀ ମ୍ୟାଚ ପାଇଁ ଓଡ଼ିଶା ଦଳ ଅଭ୍ୟାସ ଚଳାଇଛି । ୪ ଦିନ ଧରି ଚାଲିବ ଏହି ମ୍ୟାଚ । ଏହି ମ୍ୟାଚରେ ହରିଆଣା ଟିମକୁ ଓଡିଶା ଟିମ କିଭଳି ମାତ ହେବ ସେନେଇ ରଣନୀତି ପ୍ରସ୍ତୁତ କରାଯାଇଥିବା କହିଛନ୍ତି ଓଡିଶା ରଣଜୀ ଦଳ କୋଚ୍‌ । ପୂର୍ବରୁ ମଧ୍ୟ ହରିଆଣା ଟିମକୁ ଓଡ଼ିଶା ଟିମ ହରାଇ ସାରିଛି । ତେଣୁ ଖେଳାଳିଙ୍କର ମନବଳ ଦୃଢ଼ ଅଛି । ଦଳ ଭଲ ପ୍ରଦର୍ଶନ କରିବେ ବୋଲି କୋଚ୍‌ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.