ମାଓ ସଂଗଠନକୁ ଶକ୍ତ ଧକ୍କା, ଦୁଇ ନକଲି ମାଓବାଦୀଙ୍କ ସହ ୫ ଜଣ ମାଓବାଦୀ ଗିରଫ

ମାଲକାନଗିରି (କେନ୍ଯୁଜ୍) : ୫ ଜଣ ମାଓବାଦୀଙ୍କୁ ଗିରଫ କରିଛି ମାଲକାନଗିରି ପୋଲିସ । ଗିରଫ ମାଓବାଦୀଙ୍କ ନାଁରେ ବହୁ ସଙ୍ଗୀନ ଅଭିଯୋଗ ରହିଛି । ଗତ ୨୩ରେ ପୋଲିସ ଇନଫର୍ମର ସନ୍ଦେହରେ ଅନନ୍ତ ଭୂମିଆ ହତ୍ୟା ମାମଲାରେ ଏମାନେ ସଂପୃକ୍ତ ଥିବାର ଅଭିଯୋଗ ରହିଥିଲ । ଗିରଫ ପରେ ସମସ୍ତ ୫ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଅନ୍ୟପଟେ ଦୁଇ ଜଣ ନକଲି ମାଓବାଦୀଙ୍କୁ ଗିରଫ କରିଛି ମାଲାକନଗିରି ପୋଲିସ । ସେମାନେ ହେଲେ ଖଇରପୁଟ ତହସିଲର ବରିଷ୍ଠ କିରାଣୀ କେଶବ ଖିଲ ଓ ରାମ ମାଝୀ । ଦୀର୍ଘ ଦିନ ହେବ ଏମାନେ ମାଓବାଦୀ ନାଁରେ ଲୋକଙ୍କ ଠାରୁ ଟଙ୍କା ଆଦାୟ କରୁଥିଲେ । ଏ ସଂପର୍କରେ ମୋଟୁ ରେଭେନ୍ୟୁ ସୁପରଭାଇଜର ଚିନ୍ନା ରାଓ ମାଲକାନଗିରି ଥାନାରେ ଅଭିଯୋଗ କରିଥିଲେ । ମୋବାଇଲରେ ମାଓ ଧମକ ଦେଇ ଏମାନେ ତାଙ୍କଠାରୁ ଟଙ୍କା ଆଦାୟ କରିଥିଲେ । ଅଧିକ ଟଙ୍କା ପାଇଁ ପୁଣି ଧମକ ଦେଇଥିଲେ । ମୋବାଇଲ ଟ୍ରାକ୍ କରି ପୋଲିସ ଏମାନଙ୍କୁ ଗିରଫ କରିବାରେ ସଫଳ ହୋଇଛି ।