କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ଅଶ୍ୱିନ, ଅଷ୍ଟ୍ରେଲିଆ ବିପକ୍ଷରେ ନେଲେ ସବୁଠାରୁ ଅଧିକ ଓ୍ଵିକେଟ

ଅନୀଲ କୁମ୍ବଲେଙ୍କ ରେକର୍ଡ ଭାଙ୍ଗିଲେ ରବିଚନ୍ଦ୍ରନ ଅଶ୍ୱିନ । ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ହୋଇଛନ୍ତି । ଅଷ୍ଟ୍ରେଲିଆ ବିପକ୍ଷରେ କୁମ୍ବଲେ ୧୪୨ଟି ଓ୍ଵିକେଟ ନେଇଥିବା ବେଳେ ଅଶ୍ୱିନ ୧୪୪ ଓ୍ଵିକେଟ ନେଇଛନ୍ତି ।

ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ଦ୍ୱିତୀୟ ଦିନିକିଆ ଜିତିସାରିଛି । ଏହି ମ୍ୟାଚରେ ଭାରତୀୟ ବ୍ୟାଟରଙ୍କ ସହିତ ବୋଲରଙ୍କ ପ୍ରଦର୍ଶନ ମଧ୍ୟ ବେଶ୍‌ ଭଲ ରହିଥିଲା । ଏହି ମ୍ୟାଚରେ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ୭ ଓଭରରେ ୪୧ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ । ଆଉ ଏହି ମ୍ୟାଚରେ ନିଜ ନାମରେ ଏକ ରେକର୍ଡ ମଧ୍ୟ କରିଛନ୍ତି। ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ସବୁଠାରୁ ଅଧିକ ଓ୍ଵିକେଟ ନେଇଥିବା ବୋଲର ହୋଇଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ତରଫରୁ ବୋଲିଂ କରି ସବୁଠୁ ଅଧିକ ଓ୍ଵିକେଟ ନେଇଥିବା ରେକର୍ଡ ଅନୀଲ କୁମ୍ବଲେଙ୍କ ନାମରେ ରହିଥିଲା । ଏବେ ସେ ଅଶ୍ୱିନଙ୍କୁ ପଛରେ ପକାଇ ଦେଇଛନ୍ତି । ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷରେ ୧୪୪ ଓ୍ଵିକେଟ ହାସଲ କରିଛନ୍ତି । କୁମ୍ବଲେ ୧୪୨ଟି ଓ୍ଵିକେଟ ନେଇଥିଲେ । କପିଲ ଦେବ ପାକିସ୍ତାନ ବିପକ୍ଷରେ ୧୪୧ ଓ୍ଵିକେଟ ନେଇଛନ୍ତି । ସେହିପରି କୁମ୍ବଲେ ପାକିସ୍ତାନ ବିପକ୍ଷରେ ୧୩୫ ଓ୍ଵିକେଟ ନେଇଛନ୍ତି ।

ସୂଚନାଯୋଗ୍ୟ, ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ତିନିଟି ଦିନିକିଆ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ରେ ଆଗୁଆ ରହିଛି । ପ୍ରଥମ ଦିନିକିଆ ୫ ଓ୍ଵିକେଟରେ ଜିତିଥିଲା । ସେହିପରି ଦ୍ୱିତୀୟ ଦିନିକିଆ ୯୯ ରନରେ ଜିତିଛି । ଏହି ମ୍ୟାଚରେ ଶୁବମନ ଗିଲ୍‌ ଏବଂ ଶ୍ରେୟସ ଆୟରଙ୍କ ଶତକ ଓ କେଏଲ ରାହୁଲ ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ଅର୍ଦ୍ଧଶତକ ମ୍ୟାଚ୍‌ ଜିତାଇବାରେ ପ୍ରମୁଖ ଭୂମିକ ଗ୍ରହଣ କରିଥିଲା । ଅଷ୍ଟ୍ରେଲିଆ ସାମ୍ନାରେ ୪୦୦ ରନର ଲକ୍ଷ୍ୟ ରଖିଥିଲା ଭାରତ । ଅଷ୍ଟ୍ରେଲିଆ ଟିମ୍‌ ୨୧୭ ରନରେ ଅଲଆଉଟ ହୋଇଥିଲା । ଏହି ମ୍ୟାଚରେ ବର୍ଷା ଯୋଗୁଁ ଓଭର କମ୍‌ କରିଦିଆଯାଇଥିଲା ।

ଏହି ମ୍ୟାଚରେ ଅଶ୍ୱିନ ୭ ଓଭରରେ ୪୧ ରନ ଦେଇ ୩ଟି ଓ୍ଵିକେଟ, ରବିନ୍ଦ୍ର ଜାଡେଜା ୫.୨ ଓଭରରେ ୪୨ ରନ ଦେଇ ୩ଟି ଓ୍ଵିକେଟ ଏବଂ ପ୍ରସିଦ୍ଧ କ୍ରିଷ୍ଣା ୬ ଓଭରରେ ୫୬ ରନ୍‌ ଦେଇ ୨ଟି ଓ୍ଵିକେଟ ନେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.