Below header

ସାଢ଼େ ୩ ବର୍ଷ ଭିତରେ ସରକାର ହେଲିକପ୍ଟରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି: ମୁଖ୍ୟମନ୍ତ୍ରୀ

ପ୍ରତି ମାସରେ ପାଖାପାଖି ହାରାହାରି କୋଟିଏରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଗତ ୬ ମାସରେ ହେଲିକପ୍ଟର ବାବଦ ଖର୍ଚ୍ଚ ହାରାହାରି ଖର୍ଚ୍ଚ ସହ ସମାନ । ଅଧିକ ଖର୍ଚ୍ଚ ହୋଇଥିବା କହିବା ମିଥ୍ୟା ଓ ବିଭ୍ରାନ୍ତକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୬ ମାସରେ ୧୯୦ଟି ସ୍ଥାନରେ ଜନଶୁଣାଣି ହୋଇଛି । 

କେନ୍ୟୁଜ୍(ବ୍ୟୁରୋ): ହେଲିକପ୍ଟର ଖର୍ଚ୍ଚର ହିସାବ ବି ବିଧାନସଭାରେ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି, ଗତ ସାଢ଼େ ୩ ବର୍ଷ ଭିତରେ ସରକାର ହେଲିକପ୍ଟରରେ ୪୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । ପ୍ରତି ମାସରେ ପାଖାପାଖି ହାରାହାରି କୋଟିଏରୁ ଦେଢ କୋଟି ଟଙ୍କା ଖର୍ଚ୍ଚ ହୋଇଥାଏ । କିନ୍ତୁ ଗତ ୬ ମାସରେ ହେଲିକପ୍ଟର ବାବଦ ଖର୍ଚ୍ଚ ହାରାହାରି ଖର୍ଚ୍ଚ ସହ ସମାନ । ଅଧିକ ଖର୍ଚ୍ଚ ହୋଇଥିବା କହିବା ମିଥ୍ୟା ଓ ବିଭ୍ରାନ୍ତକର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଗତ ୬ ମାସରେ ୧୯୦ଟି ସ୍ଥାନରେ ଜନଶୁଣାଣି ହୋଇଛି ।

ହଟ୍ଟଗୋଳ ଭିତରେ ବିଧାନସଭାରେ ବିବୃତି ରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଚିବଙ୍କ ଗସ୍ତ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଲୋକଙ୍କ ଦୁଆରକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ। ଲୋକଙ୍କଠାରୁ ଅଭିଯୋଗ ଶୁଣୁଛନ୍ତି । ସମସ୍ୟାର ସମାଧାନ ଦିଗରେ ନିଆଯାଉଛି ତ୍ବରିତ ପଦକ୍ଷେପ । ଅଭିଯୋଗ ଶୁଣାଣି ଯୋଗୁ ଲୋକ ଖୁସି ଅଛନ୍ତି । କିନ୍ତୁ ରାଜନୀତିକରଣ କାରଣ ପାଇଁ ବିରୋଧୀ ଦଳ ନାଖୁସ୍ । ବିରୋଧୀଙ୍କ କଡ଼ା ସମାଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଜନବିରୋଧୀ । ଲୋକ ସେମାନଙ୍କୁ କଡ଼ା ଜବାବ ଦେବେ । ବିରୋଧୀ ସଦସ୍ୟ ଖୁସି ହେବା କଥା ଯେ, ସେମାନଙ୍କ ଅଞ୍ଚଳର ବହୁ ସମସ୍ୟାର ସମାଧାନ ହୋଇପାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.