Below header

ଚାଲିପାରିଲାନି ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ, ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି

ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରବଳ ନାରାବାଜି କରିଥିଲେ । ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଧାୟକମାନେ ପଚାରିଥିବା ପ୍ରଶ୍ନକୁ ଖାରଜ କରିବା ଓ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ସେମାନେ ପ୍ରତିବାଦ କରିଥିଲେ।

କେନ୍ୟୁଜ୍(ବ୍ୟୁରୋ): ଚାଲିପାରିଲାନି ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ। ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ । ମୁହାଁମୁହିଁ ହେଲେ ବିଜେପି ଓ ବିଜେଡି । ବିଜେପି ବିଧାୟକମାନେ ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ୍ ତଳେ ପ୍ରବଳ ନାରାବାଜି କରିଥିଲେ । ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଧାୟକମାନେ ପଚାରିଥିବା ପ୍ରଶ୍ନକୁ ଖାରଜ କରିବା ଓ ବିଜେପି ଆଣିଥିବା ମୁଲତବୀ ପ୍ରସ୍ତାବକୁ ବାଚସ୍ପତି ଗ୍ରହଣ କରିନଥିବାରୁ ସେମାନେ ପ୍ରତିବାଦ କରିଥିଲେ।

ଅନ୍ୟପଟେ ବିଜେଡି ସଦସ୍ୟମାନେ ୫୫ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ସ୍ଥିତି ଓ କୋଷ୍ଟାଲ ହାଇୱେ ପ୍ରସଙ୍ଗ ଉଠାଇଥିଲେ । ନିଜ ଆସନରେ ଠିଆ ହୋଇ କେନ୍ଦ୍ର ବିରୋଧରେ ନାରା ଦେଇଥିଲେ ବିଜେଡି ବିଧାୟକ। ପ୍ରବଳ ହଟ୍ଟଗୋଳ ଯୋଗୁ ଚାଲି ପାରି ନଥିଲା ଗୃହ କାର୍ଯ୍ୟ । ଫଳରେ ବାଚସ୍ପତି ଗୃହକୁ ପ୍ରଥମେ ୧୧ଟା ୩୦ ଓ ପରେ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.