Below header

ଫୋନର ଲେଫ୍ଟ ସାଇଡରେ କାହିଁକି କ୍ୟାମେରା ଥାଏ ? ଜାଣନ୍ତୁ କାରଣ

ଆପଣ ନିଶ୍ଚିତ ଦେଖିଥିବେ ଯେ ମାର୍କେଟରେ ଉପଲବ୍ଧ ଥିବା ଅଧିକାଂଶ ସ୍ମାର୍ଟଫୋନର ରିୟର କ୍ୟାମେରା ଲେଫ୍ଟ ସାଇଡରେ ଥାଏ । ଯେତେବେଳେ ଆପଣ ଏହାକୁ ପଛରୁ ଦେଖନ୍ତି ଆପଣ କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଖିପାରିବେ । ଏହା ପଛରେ ଏକ ବଡ଼ କାରଣ ରହିଛି ।

ଯଦି ଆପଣ ଦୀର୍ଘ ବର୍ଷ ଧରି ସ୍ମାର୍ଟଫୋନ ବ୍ୟବହାର କରୁଛନ୍ତି ତେବେ ଆପଣ ନିଶ୍ଚିତ ଦେଖିଥିବେ ଯେ ମାର୍କେଟରେ ଉପଲବ୍ଧ ଥିବା ଅଧିକାଂଶ ସ୍ମାର୍ଟଫୋନର ରିୟର କ୍ୟାମେରା ଲେଫ୍ଟ ସାଇଡରେ ଥାଏ । ଯେତେବେଳେ ଆପଣ ଏହାକୁ ପଛରୁ ଦେଖନ୍ତି, ଆପଣ କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଖିପାରିବେ । ଏପରି ପରିସ୍ଥିତିରେ ଆପଣଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଉଠୁଥିବ ଯେ ଏହି କ୍ୟାମେରା ରାଇଟ ସାଇଡରେ କାହିଁକି ଦିଆଯାଇନି, ଅଧିକାଂଶ କମ୍ପାନୀ କାହିଁକି କେବଳ ଲେଫ୍ଟ ସାଇଡରେ କ୍ୟାମେରା ଦେଇଥାନ୍ତି । ଏହା ପଛରେ ଏକ ବଡ଼ କାରଣ ରହିଛି । ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀଗୁଡିକ ଏହା ବିଷୟରେ ଭଲ ଭାବରେ ଜାଣିଛନ୍ତି ଏଥିପାଇଁ ନିର୍ଦ୍ଦିଷ୍ଟ ଡାଇରେକ୍ସନରେ କ୍ୟାମେରା ସେଟଅପ୍ କରାଯାଇଥାଏ । ଯଦି ଆପଣ ଏହା ବିଷୟରେ ଜାଣି ନାହାଁନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହା ପଛର କାରଣ ଜଣାଇବୁ । ମୋବାଇଲ ଫୋନ କ୍ୟାମେରାକୁ ଲେଫ୍ଟ ସାଇଡରେ ଲଗାଇବାର କିଛି ମୁଖ୍ୟ କାରଣ ରହିଛି ।

ଯେଉଁମାନେ ଲେଫ୍ଟ ହ୍ୟାଣ୍ଡେଡ ହୋଇଥାନ୍ତି ସେମାନେ ଫୋନକୁ ବାମ ହାତରେ ସହଜରେ ଧରି ସ୍କ୍ରିନକୁ ଟଚ୍‌ କରିପାରିବେ । ଲେଫ୍ଟ ସାଇଡରେ କ୍ୟାମେରା ରହିବା ଦ୍ୱାରା ୟୁଜରଙ୍କ ପାଇଁ ଫଟୋ ଏବଂ ଭିଡିଓ କ୍ୟାପଚର କରିବା ସହଜ ହୋଇଥାଏ । ବାମ ହାତରେ ଫୋନକୁ ଧରିବା ସହଜ ହୋଇଥାଏ ଏବଂ କ୍ୟାମେରା ବ୍ୟବହାର କରିବାରେ ସୁବିଧା ଯୋଗାଇବା ପାଇଁ କ୍ୟାମେରାକୁ ଲେଫ୍ଟ ସାଇଡରେ ରଖାଯାଇଥାଏ । ଏହା ମଧ୍ୟ ଏକ ବଡ଼ କାରଣ ।

ଭିଡିଓ କଲିଂ ଏବଂ ସେଲଫି ନେବା ପାଇଁ ସ୍ମାର୍ଟଫୋନ୍ ୟୁଜରମାନେ ସାଧାରଣତଃ ଫୋନର କ୍ୟାମେରା ବ୍ୟବହାର କରନ୍ତି । ଏହାଦ୍ୱାରା ୟୁଜରମାନଙ୍କୁ ଅଧିକ ସୁବିଧା ମିଳିଥାଏ, ସେମାନେ ଯେତେବେଳେ ଲେଫ୍ଟ ସାଇଡ କ୍ୟାମେରା ବ୍ୟବହାର କରନ୍ତି ।

କିଛି ସ୍ମାର୍ଟଫୋନ୍ ମଡେଲ୍ ବିଭିନ୍ନ ଫଟୋଗ୍ରାଫି ମୋଡ୍, ଫିଲ୍ଟର୍, ଇଫେକ୍ଟ ଏବଂ ଫିଚର ଦେଇଥାଏ ଯାହା ୟୁଜରମାନଙ୍କୁ ଭଲ ଫଟୋ ଏବଂ ଭିଡିଓ ତିଆରି କରିବାରେ ସାହାଯ୍ୟ କରେ । ଏହି ମୋଡ୍‌ର ବ୍ୟବହାର କରିବା ସମୟରେ ଲେଫ୍ଟ ସାଇଡରେ ଥିବା କ୍ୟାମେରାର ଉପସ୍ଥିତି ୟୁଜରଙ୍କୁ ସୁବିଧା ଦେଇଥାଏ ।

ଫୋନର ଡିଜାଇନ୍ ଏବଂ ଟେକନିକ୍‌ ସମ୍ବନ୍ଧୀୟ କାରଣ ପାଇଁ କ୍ୟାମେରାକୁ ଲେଫ୍ଟ ସାଇଡରେ ଇନଷ୍ଟଲ୍‌ କରାଯାଇଛି । ଏହା ଦ୍ୱାରା ୟୁଜରଙ୍କୁ ଆହୁରି ଉନ୍ନତ ଟେକ୍ନୋଲୋଜି ଏବଂ ଫିଚର ପ୍ରଦାନ କରାଯାଇପାରିବ ।
ଏହି ସବୁ କାରଣ ପାଇଁ ସ୍ମାର୍ଟଫୋନର କ୍ୟାମେରା ଲେଫ୍ଟ ସାଇଡରେ ଇନଷ୍ଟଲ୍‌ କରିବାର ନିଷ୍ପତ୍ତି ନିଆଯାଇଥାଏ । ଯାହା ଦ୍ୱାରା ୟୁଜରମାନେ ଭଲ ଫଟୋ ଏବଂ ଭିଡିଓ ତିଆରି କରିବା ପାଇଁ ସପୋର୍ଟ ପ୍ରଦାନ କରାଯାଇ ପାରିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.