Below header

ନାଗପୁର ଟେଷ୍ଟ: ଅଧିନାୟକ ରୂପେ ରୋହିତ ଯୋଡ଼ିଲେ ପ୍ରଥମ ଟେଷ୍ଟ ଶତକ; ପାଭେଲିୟନ ଫେରିଲେ ଭାରତର ଅଧା ଟିମ୍‌

ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚ୍‌ର ବର୍ଡର-ଗାଭାସ୍କର ସିରିଜ୍‌ର ପ୍ରଥମ ଟେଷ୍ଟ ନାଗପୁରରେ ଖେଳାଯାଉଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ରୋହିତ ଶର୍ମା ଦମଦାର ଶତକ ହାସଲ କରିଛନ୍ତି। ସେ ୧୭୨ ବଲ୍‌ରେ ଏହି ସେଞ୍ଚୁରି ମାରିଛନ୍ତି।

ନାଗପୁର ପ୍ରଥମ ଟେଷ୍ଟ ମ୍ୟାଚର ଦିତୀୟ ଦିନରେ ରୋହିତ ଶର୍ମାଙ୍କ ଦମଦାର ଶତକ। ୧୭୨ ବଲ୍ରେ ଶତକ ହାସଲ କଲେ ଅଧିନାୟକ ରୋହିତ ଶର୍ମା। ଏଥିରେ ରହିଛି ୧୪ଟି ଚୌକା ଓ ୨ଟି ଛକା। ରୋହିତ ଶର୍ମାଙ୍କ ବ୍ୟତୀତୀ ଅନ୍ୟ କୌଣସି ଭାରତୀୟ ବ୍ୟାଟର ଭଲ ସ୍କୋର କରି ପାରିନାହାଁନ୍ତି।

ଭାରତୀୟ କ୍ୟାପଟେନ ରୋହିତ ଶର୍ମା ଅଧିନାୟକ ରୂପେ ନିଜର ପ୍ରଥମ ଟେଷ୍ଟ୍‍ ଶତକ ଯୋଡ଼ିଛନ୍ତି। ଏହା ତାଙ୍କ ଟେଷ୍ଟ୍‍ କ୍ୟାରିୟରର ମୋଟ ୯ମ ଶତକ।

ଦ୍ୱିତୀୟ ଦିନରେ ଆଜି ସକାଳୁ ଟିମ୍ ଇଣ୍ଡିଆର ୪ଟି ୱିକେଟ ପଡିଯାଇଥିଲା। ଆର୍. ଅଶ୍ୱିନୀ, ଚେତେଶ୍ୱର ପୂଜାରା, ବିରାଟ କୋହଲି ଓ ସୂର୍ଯ୍ୟ କୁମାର ଯାଦବଙ୍କ ୱିକେଟ ପଡ଼ିଥିଲା। ଅଶ୍ୱିନୀ ୨୩, ପୂଜାତା ୭, କୋହଲି ୧୨ ଓ ସୂର୍ଯ୍ୟ କୁମାର ୮ ରନ୍‌ କରି ଆଉଟ୍‌ ହୋଇଥିଲେ।

ଗତକାଲି ଖେଳ ଶେଷ ସୁଦ୍ଧା ଭାରତ ଗୋଟିଏ ଓ୍ଵିକେଟ ହରାଇ କରିଥିଲା ୭୭ ରନ। କେଏଲ ରାହୁଲ ମାତ୍ର ୨୦ ରନ କରି ଆଉଟ ହୋଇଯାଇଥିଲେ। ବୋଲିଂରେ କମାଲ୍ କରିଥିଲେ ଜାଡେଜା। ୫ଟି ମୂଲ୍ୟବାନ ଓ୍ଵିକେଟ ନେଇଥିଲେ ରବୀନ୍ଦ୍ର ଜାଡେଜା।

କହି ରଖୁଛୁ, ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ୧୭୭ ରନ୍‌ କରିଥିଲା। ମାର୍ନସ ଲାବୁଶେନ ୪୯ ରନ୍‌ କରିଥିଲେ। ଯେତେବେଳେ କି, ଭାତୀୟ ସ୍ପିନର ରବୀନ୍ଦ୍ର ଜାଡେଜା ୫ ଓ ଅଶ୍ୱିନୀ ୩ ଓ୍ଵିକେଟ ଅକ୍ତିଆର କରିଥିଲେ। ସିରାଜ ଓ ଶାମିଙ୍କୁ ୧-୧ ସଫଳତା ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.