ଲଗାତାର ୫ ଥର ହାରିବା ରୋହିତଙ୍କୁ ପଡିଲା ମହଙ୍ଗା, ଟିମ୍‌ ମେମ୍ବର ମଧ୍ୟ ଦେବେ ଜରିମାନା

ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଚଳିତ ଆଇପିଏଲ୍‌ ସିଜିନ ବହୁତ ଖରାପ ରହିଛି। ମୁମ୍ବାଇ ଇଣ୍ଡିଆନ୍ସ ୫ଟି ମ୍ୟାଚ ଖେଳିବା ସତ୍ତ୍ୱେ ମଧ୍ୟ ଏଯାଏଁ କୌଣସି ମ୍ୟାଚ ଜିତିନାହିଁ। ଗତକାଲି ପଞ୍ଜାବ କିଙ୍ଗସ ଠାରୁ ମାତ୍ର ୧୨ ରନରେ ହାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ଏହି ପରାଜୟ ପରେ ମୁମ୍ବାଇ ଇଣ୍ଡିଆନ୍ସ ଟିମ୍‌ ଏବଂ ରୋହିତ ଶର୍ମାଙ୍କୁ ମହଙ୍ଗା ପଡିଛି।

ରୋହିତ ଶର୍ମାଙ୍କୁ ସ୍ଲୋ ଓଭର ରେଟ ପାଇଁ ରୋହିତଙ୍କୁ ୨୪ ଲକ୍ଷ ଜରିମାନା ଦେବାକୁ ପଡିବ। ଏହାସହିତ ମୁମ୍ବାଇ ଇଣ୍ଡିଆନ୍ସର ଅନ୍ୟ ଖେଳାଳିଙ୍କୁ ୬ ଲକ୍ଷ କିମ୍ବା ମ୍ୟାଚ ଫିସ୍‌ର ୨୫ ପ୍ରତିଶତ ଦେବାକୁ ହେବ।
ଆଇପିଏଲ୍‌ କମିଟି ଏକ ପ୍ରେସ ରିଲିଜ ଜାରି କରି କହିଛି ଯେ, ସ୍ଲୋ ଓଭର ରେଟ ଯୋଗୁଁ ରୋହିତ ଶର୍ମା ଏବଂ ଟିମ୍‌ ମେମ୍ବରଙ୍କୁ ଜରିମାନା ଦେବାକୁ ପଡିବ। ରୋହିତଙ୍କ ସହିତ ଟିମର ଅନ୍ୟ ୬ ଜଣ ମେମ୍ବର ମଧ୍ୟ ଜରିମାନା ଦେବେ।

୫ ଥର ଚାମ୍ପିଅନ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଇପିଏଲ ୨୦୨୨ ବହୁତ ଖରାପ ରହିଛି। ଆଇପିଏଲ୍‌ ୨୦୨୨ରେ ୫ଟି ମ୍ୟାଚ ଖେଳି ୫ଟି ମ୍ୟାଚ ହାରିସାରିଛି ମୁମ୍ବାଇ ଇଣ୍ଡିଆନ୍ସ। ଆଉ ଏବେ ମୁମ୍ବାଇ ଇଣ୍ଡିଆନ୍ସ ବାକିଥିବା ୯ଟି ମ୍ୟାଚରୁ ୮ଟି ମ୍ୟାଚ ଜିତିଲେ ସିଜିନରରେ ରହିବ।

ବୁଧବାର ଖେଳାଯାଇଥିବା ସିଜନର ୨୩ତମ ମ୍ୟାଚରେ ମୟଙ୍କ ଅଗ୍ରଓ୍ଵାଲଙ୍କ ନେତୃତ୍ୱାଧିନ ପଞ୍ଜାବ କିଙ୍ଗସ୍‌ ୧୨ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି।  ୧୯୯ ରନର କଷ୍ଟସାଧ୍ୟ ଲକ୍ଷ୍ୟକୁ ପିଛା କରି ମୁମ୍ବାଇ ୨୦ ଓଭରରେ ୯ ଓ୍ଵିକେଟ ହରାଇ ୧୮୬ ରନ କରିପାରିଥିଲା। ଡେଓ୍ଵାଲ୍ଡ ବ୍ରେଭିସ ମୁମ୍ବାଇ ପକ୍ଷରୁ ସର୍ବାଧିକ ୪୯ ରନ କରିଥିଲେ। ତେବେ ପଞ୍ଜାବର ଏହା ୫ମ ମ୍ୟାଚରୁ ୩ୟ ବିଜୟ।