KGF-2ର ଜବରଦସ୍ତ ସଫଳତା ପରେ ଆସିପାରେ KGF-3

ସାଉଥ ସୁପରଷ୍ଟାର ୟସଙ୍କ ବହୁ ପ୍ରତିକ୍ଷିତ ଆକ୍ସନ ଫିଲ୍ମ “କେଜିଏଫ ଚାପ୍ଟର 2” ଆଜି ବିଭିନ୍ନ ସିନେ ଥିଏଟର ଗୁଡିକରେ ରିଲିଜ ହୋଇଛି । ପ୍ରକାଶ ଥାଉକି ଏହି ଫିଲ୍ମ କନ୍ନଡ ଭାଷା ବ୍ୟତୀତ ହିନ୍ଦୀ,ତାମିଲ,ତେଲୁଗୁ, ମାଲାୟାଲାମ ପରି ଭାଷା ଗୁଡିକରେ ମଧ୍ୟ ରିଲିଜ ହୋଇସାରିଛି । ଫାଷ୍ଟ ଡ଼େ’ ଫାଷ୍ଟ ଶୋ’ ଦେଖିଥିବା ଲୋକେ ବିଭିନ୍ନ ସୋସିଆଲ ମିଡିଆ ମାନଙ୍କରେ କେଜିଏଫ- ୩  ପାଇଁ ଦାବି କାରିଛନ୍ତି । ଆଉ ଏହା ପରେ କିଛି ଲୋକ ଦାବି କରିଛନ୍ତିକି, ଆମ ପାଇଁ ତ ଏହା ଗର୍ବ । ସେପଟେ ଲୋକେ ସଞ୍ଜୟ ଦତ୍ତ ଓ ରବୀନା ଟଣ୍ଡନ ଅଭିନୀତ ଫିଲ୍ମର ରିଭ୍ୟୁ ଦେବା ଆରମ୍ଭ କରିଦେଇଛନ୍ତି । ଯଦି ଆପଣ ବି କେଜିଏଫ ପାଗଳ ତେବେ ଆପଣଙ୍କ ପାଇଁ ଆମେ କିଛି ଅପଡେଟ ଜାରି କରିଛୁ ।

କେଜିଏଫ ଚାପ୍ଟର ୩ ରେ ଆମେରିକା- ଇଣ୍ଡୋନେସିଆ ସମେତ ୧୬ ଦେଶରେ ଘଟୁଥିବା କ୍ରାଇମ କାହାଣୀ ଗୁଡିକ ଦୃଶ୍ୟପଟ ହେବ । କେଜିଏଫ -୨ର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କୁ ଯେବେ ଫିଲ୍ମରେ ସଞ୍ଜୟ ଦତ୍ତଙ୍କୁ କାଷ୍ଟ କରାଯିବା ନେଇ ପ୍ରଶ୍ନ ପଚରା ଯାଇଥିଲା, ସେସମୟରେ ନିର୍ଦ୍ଦେଶକ ଜଣକ ଜବାବ ଦେଇଥିଲେକି “କେଜିଏଫ ଚାପ୍ଟର-୨”ରେ ଆଧିରା ଭୂମିକା ପାଇଁ ମୋ ମୁଣ୍ଡରେ କେବଳ ମାତ୍ର ସୁପରଷ୍ଟାର ସଞ୍ଜୟ ଦତ୍ତଙ୍କ ନାଁ ହିଁ ଆସିଥିଲା । ସଞ୍ଜୟ ସାରଙ୍କୁ କାଷ୍ଟ କରିବା ସେମିତି କିଛି ସ୍ଟ୍ରେଟରଜି ନଥିଲା ବୋଲି ସେ କହିଛନ୍ତି । ଆମେ ପୂର୍ବ ପାର୍ଟର ସ୍କ୍ରିପ୍ଟ ଲେଖିବା ସମୟରେ ହିଁ ସଞ୍ଜୟ ଦତ୍ତଙ୍କୁ ନିଜ ମନରେ ରଖି ଅଧିରାଙ୍କ ଭୂମିକା ସ୍ଥିର କରିଥିଲୁ । କିନ୍ତୁ କୌଣସି କାରଣବଶତଃ ଆମେ ଚାପ୍ଟର- ୧ରେ ତାଙ୍କୁ କାଷ୍ଟ କରିପାରିନଥିଲୁ ।

କେଜିଏଫ ଚାପ୍ଟର -୨ର ଫାଷ୍ଟ ଡ଼େ ଫାଷ୍ଟ ଶୋ’ ଦେଖିଥିବା ସମସ୍ତ ଦର୍ଶକ ମାନେ ୟସ ଓ ନିର୍ଦେଶକ ପ୍ରଶାନ୍ତ ନୀଲର ଖୁବ ପ୍ରସଂଶା କରିଛନ୍ତି । ସମୀକ୍ଷାରୁ ଜଣାଯାଇଛିଯେ କେଜିଏଫ ଚାପ୍ଟର- ୨ର ନିର୍ମାତା ମାନେ ଯେଉଁ ଦାବି କରିଥିଲେ ତାହାକୁ ପୁରା କରିଛନ୍ତି । ସେମାନେ ଦର୍ଶକ ମାନଙ୍କୁ ଏକ ରୋମାଞ୍ଚକାରୀ ବଡ ପରଦାର ଅନୁଭବ ଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.