ପୁଣି ଅଘଟଣ: ମହାନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ଯୁବକ

ପାରାଦୀପ(କେନ୍ୟୁଜ): ପୁଣି ଅଘଟଣ। ମହାନଦୀରେ ଗାଧୋଇବା ବେଳେ ୨ ଯୁବକ ମୃତ। ପାରାଦୀପ ପଥୁରିଆ ନିକଟ ମହାନଦୀରେ ୪ ଜଣ ଗାଧୋଇବା ବେଳେ ୨ ଜଣ ବୁଡ଼ି ଯାଇଥିଲେ । ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି କୁଜଙ୍ଗ ମେଡିକାଲରେ ଭର୍ତ୍ତି କରିଥିଲେ।

ଡାକ୍ତର ସେଠାରେ ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଦୁଇ ଯୁବକ କୁଜଙ୍ଗ ପଥୁରିଆ ଅଞ୍ଚଳର ବୋଲି ଜଣାପଡ଼ିଛି । ସେମାନେ ହେଲେ ରାଜୀବ ଲୋଚନ ସାହୁ ଓ ଗଣେଶ୍ୱର ସାହୁ । ନିକଟରେ କଟକ ଯୋବ୍ରା ନିକଟ ମହାନଦୀରେ ବୁଡି ୩ ଯୁବକଙ୍କ ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.