Below header

ଦେଖନ୍ତୁ ସୋସିଆଲ ମିଡିଆରେ ପୋଷ୍ଟ ପୂର୍ବରୁ ଝିଅଠାରୁ କେମିତି ଅନୁମତି ମାଗୁଛନ୍ତି ରୋହିତ ଶର୍ମା

ଆଘାତ ଯୋଗୁ ଏବେ ଟିମ୍‌ ଇଣ୍ଡିଆର ଷ୍ଟାର୍‌ ବ୍ୟାଟ୍ସମ୍ୟାନ ତଥା ସୀମିତ ଓଭରର ଉପଅଧିନାୟକ ରୋହିତ ଶର୍ମା ଏବେ ଆରାମ କରୁଛନ୍ତି। ଏହାରି ଭିତରେ ସେ ନିଜ ପରିବାରକୁ ଅଧିକ ସମୟ ଦେଉଛନ୍ତି। ମଙ୍ଗଳବାର ତାଙ୍କ ସ୍ତ୍ରୀ ରିତିକା ସଜଦେହ ରୋହିତଙ୍କର ଏକ କ୍ୟୁଟ୍‌ ଭିଡିଓ ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ଶେୟାର କରିଛନ୍ତି। ଏଥିରେ ରୋହିତ ନିଜ ଝିଅ ସମାୟରା ସହିତ ବେଡ୍‌ରେ ଶୋଇ ଖେଳୁଥିବାର ନଜର ଆସୁଛନ୍ତି।

r2

ଭିଡିଓରେ ରୋହିତ ଓ ସମାୟରାଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଡିଓ ନାହିଁ, କିନ୍ତୁ ରିତିକା ନିଜ କ୍ୟାପସନରେ ସେହି କଥା ଉଲ୍ଲେଖ କରିଛନ୍ତି। ଭିଡିଓରେ ରୋହିତ ନିଜ ଫୋନ୍‌ ଝିଅକୁ ଦେଖାଉଛନ୍ତି। ରିତିକାଙ୍କ କ୍ୟାପସନ ଅନୁସାରେ, ରୋହିତ ଶର୍ମା ନିଜର କୌଣସି ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିବା ପୂର୍ବରୁ ସମାୟରାଙ୍କଠୁ ମଞ୍ଜୁରୀ ମାଗୁଛନ୍ତି। ସେ ଲେଖିଛନ୍ତି ଯେ ‘ରୋହିତଙ୍କ ପୋଷ୍ଟକୁ ମଞ୍ଜୁରୀ ଦେଉଛି ସେମି’।

ସେପଟେ ରୋହିତଙ୍କ ଆଇପିଏଲ୍‌ ଫ୍ରାଞ୍ଚାଇଜ ମୁମ୍ବାଇ ଇଣ୍ଡିଆନ୍ସ(MI) ଏହାର ମଜା ନେଇଛି। ମୁମ୍ବାଇ ଇଣ୍ଡିଆନ୍ସ ନିଜ ଟୁଇଟର ଆକାଉଣ୍ଟରେ ଏହି ମୋମେଣ୍ଟର ଫଟୋ ପୋଷ୍ଟ କରି ଦୁଇଜଣଙ୍କ କଥାବାର୍ତ୍ତାକୁ ନିଜ ଅନ୍ଦାଜରେ ଦର୍ଶାଇଛି। MI ରୋହିତଙ୍କ ମୁହଁରୁ ଲେଖିଛି ଯେ ‘ଫଟୋ, କ୍ୟାପସନ, ହ୍ୟାସ୍‌ଟ୍ୟାଗ’। ଏହାପରେ ସମାୟରା ଯେଉଁ ଷ୍ଟାଇଲରେ ପାପାଙ୍କ ଭିଡିଓ ଦେଖୁଛନ୍ତି, ଏହାକୁ MI ‘ଲେଟ୍‌ସ ପୋଷ୍ଟ ଡାଡ୍‌’ କହି ଦର୍ଶାଇଛି। ଏହାଛଡ଼ା MI ନିଜ ଫ୍ୟାନ୍‌ଙ୍କଠାରୁ ମଧ୍ୟ ଏହି ଫଟୋ ଉପରେ ପ୍ରତିକ୍ରିୟା ମାଗିଛି। ୧ରୁ ୧୦ ପଯ୍ୟର୍ନ୍ତ ନମ୍ବର ଦେଇ MI ପ୍ରଶ୍ନ କରିଛି ଯେ ‘ରୋହିତଙ୍କର ନୂଆ ସୋସିଆଲ ମିଡିଆ ମ୍ୟାନେଜର କେତେ କ୍ୟୁଟ୍‌ ଅଛନ୍ତି’?

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.