Below header

ବାଙ୍ଗାଲୁରୁ ଜର୍ସିରେ ବିଚ୍ ମୈଦାନରେ ଗର୍ଲଫ୍ରେଣ୍ଡଙ୍କୁ କରିଥିଲେ ପ୍ରପୋଜ୍ , ଏବେ ଦେଖା ମିଳୁନି ଏହି ଖେଳାଳିଙ୍କର

ଇଣ୍ଡିଆନ୍ ଟି-୨୦ ଲିଗରେ ବହୁ ଖେଳାଳିମାନଙ୍କୁ ପରିଚୟ ମିଳିଛି ତ ବହୁ ଖେଳାଳିଙ୍କ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ସରିଯାଇଛି। ଏମିତି ଏକ ଷ୍ଟାର ଖିଲାଡି ଯିଏ ଇଣ୍ଡିଆନ୍ ଟି-୨୦ ଲିଗରେ ବାଙ୍ଗାଲୁରୁ ରୁ ଡେବ୍ୟୁ କରିଥିଲେ ଏବଂ ହଠାତ୍ ଗାଏବ୍ ହୋଇଯାଇଥିଲେ। ଆମେ କଥା ହେଉଛେ ୩୦ବର୍ଷିୟ ବୋଲର୍ ‘ସଚିନ୍ ବେବି’ଙ୍କର ଯିଏ ନିଜ ଗର୍ଲଫ୍ରେଣ୍ଡଙ୍କୁ ପ୍ରୋପୋଜ୍ କରିବା କାରଣରୁ ଚର୍ଚ୍ଚାରେ ଆସିଥିଲେ ।

sachinbabyକ’ଣ ଥିଲା ପୁରା ମାମଲା :

ବିଚ୍ ମୈଦାନରେ ଟି-୨୦ ଲିଗ୍ ମ୍ୟାଚରେ ସଚିନ୍ ପଡିଆରେ ନିଜ ଗର୍ଲଫ୍ରେଣ୍ଡଙ୍କୁ ପ୍ରପୋଜ୍ କରିଥିଲେ । ସେହି ସମୟରେ ସଚିନଙ୍କ ଏକ ଭିଡିଓ ବହୁତ ଭାଇରାଲ ହୋଇଥିଲା । କିନ୍ତୁ ଏହି ଘଟଣା ପରେ ସଚିନଙ୍କ କ୍ରିକେଟ କ୍ୟାରିୟର ନଷ୍ଟ ହୋଇଯାଇଥିଲା ।
୨୦୧୬ରେ ସଚିନ୍ ବେବି ନିଜ ଗର୍ଲଫ୍ରେଣ୍ଡ ଏନା ଚାଣ୍ଡିଙ୍କୁ ଖେଳ ପଡିଆ ଉପରେ ହିଁ ପ୍ରପୋଜ୍ କରିଥିଲେ । ସେହି ସମୟରେ ସଚିନ୍ ବାଙ୍ଗାଲୁରୁ ପାଇଁ ଖେଳୁଥିଲେ । ଭିଡିଓରେ ଏନା ସଚିନଙ୍କୁ ବୋଲିଙ୍ଗ୍ କରୁଥିବା ନଜର ଆସିଥିଲେ ଏବଂ ସଚିନ୍ ତାଙ୍କ ବଲରେ କ୍ଳିନ୍ ବୋଲ୍ଡ ହୋଇଯାଇଥିବା ଦେଖିବାକୁ ମିଳିଥିଲା । ଏହାପରେ ସଚିନ୍ ନିଜ ଆଣ୍ଠୁରେ ତଳେ ବସି ନିଜ ଗର୍ଲଫ୍ରେଣ୍ଡ ଏନିଙ୍କୁ ପ୍ରପୋଜ୍ କରିଥିଲେ । ଏହି ଭିଡିଓ ରେ ସଚିନ୍ ନିଜ ବିବାହର ତାରିଖ ମଧ୍ୟ ଘୋଷଣା କରିଥିଲେ ।

sachin1ସଚିନଙ୍କ କ୍ରିକେଟ୍ କ୍ୟାରିୟର :

କେରଳ ଟିମ ପକ୍ଷରୁ ଖେଳୁଥିବା ସଚିନ୍ ଫାଷ୍ଟକ୍ଳାସ୍ କ୍ରିକେଟରେ ୬୪ମ୍ୟାଚରେ ୩୨ରନ୍ ହାରରେ ୨୯୨୧ ରନ୍ କରିଥିଲେ । ସଚିନ୍ ଟ-୨୦ ଲିଗରେ ମାତ୍ର ୧୮ ମ୍ୟାଚ୍ ଖେଳିଥିଲେ ଯେଉଁଥିରେ ସେ ୧୭.୧୨ ରନହାରରେ ୧୩୭ ରନ୍ କରିଥିଲେ । ସଚିନ୍ ୨୦୧୩ରେ ଇଣ୍ଡିଆନ୍ ଟି-୨୦ ଲିଗରେ ଡେବ୍ୟୁ କରିଥିଲେ ଏବଂ ୨୦୧୭ରେ ପୁଣି ଶେଷ ଥର ପାଇଁ ଟି-୨୦ଲିଗ୍ ରେ ଖେଳିଥିଲେ । ଏହାପରେ ତାଙ୍କୁ କୌଣସି ବି ଫ୍ରାଞ୍ଚାଇଜ୍ ନିଜ ଟିମରେ ସାମିଲ କରିନଥିଲେ । ସଚିନ୍ ରାଜସ୍ଥାନ,ବାଙ୍ଗାଲୁରୁ ଏବଂ ହାଇଦ୍ରାବାଦ ଟିମରେ ମଧ୍ୟ ଖେଳିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.