ପୁଣି କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ , କହିଲେ ମୁଁ ଥିବା ଯାଏ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେନି

କେନ୍ୟୁଜ୍ : ଅତାବିରାରେ ସାଧାରଣ ସଭାରେ ପୁଣି କେନ୍ଦ୍ର ଉପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାଷୀ ପ୍ରସଙ୍ଗ ଉଠାଇ ନବୀନ କହିଛନ୍ତି, କାଳିଆ ଯୋଜନାରେ ୪୦ ଲକ୍ଷ ଚାଷୀ ଉପକାର ପାଇଲେଣି । ବିଜେପି କାଳିଆ ଯୋଜନାକୁ ବନ୍ଦ କରିବାକୁ ଚକ୍ରାନ୍ତ କରୁଛି । ମୁଁ ଥିବା ଯାଏ କାଳିଆକୁ କେହି ବନ୍ଦ କରିପାରିବେନି । କେହି ଜଣେ ବି ଚାଷୀ ସହାୟତାରୁ ବଞ୍ଚିତ ହେବେନି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨ ଗୁଣା କଥା କହିଥିଲେ, କିନ୍ତୁ ଦେଲେନି । ୨ ବର୍ଷ ହୋଇଗଲା ଚାଷୀଙ୍କ ପାଇଁ ୨ ମିନିଟ ଦେଇନାହାନ୍ତି । ହାଉସ୍‌ କମିଟି ଗଠନ କରାଗଲା । ନେତା ଓ ଚାଷୀ ଦିଲ୍ଲୀ ଗଲେ, ହେଲେ କେହି ଦେଖାଦେଲେନି । ଦୁଇ ଓଡ଼ିଆ କେନ୍ଦ୍ରରେ ମନ୍ତ୍ରୀ ଅଛନ୍ତି, କେହି ମୁହଁ ଫିଟାଇଲେ ନାହିଁ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ବୁଣାକାରଙ୍କ ଉପରେ କେନ୍ଦ୍ର ସରକାର ଜିଏସ୍‌ଟି ଲଗାଇଥିବା ନବୀନ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.