ଧୋନିଙ୍କ ଝିଅ ଏବଂ ଡ୍ବେନ୍ ବ୍ରାଭୋଙ୍କର ଏହି ମନମୁଗ୍ଧକର ଭିଡିଓ ହେଉଛି ଭାଇରାଲ

ଏମଏସ ଧୋନି ଏବଂ ତାଙ୍କର ସିଏସକେ ଟିମ ଆଇପିଏଲ ୨୦୧୯ରେ ନିଜର ଅନ-ଫିଲ୍ଡ ପ୍ରଦର୍ଶନ ସହିତ ପ୍ରଶଂସକଙ୍କ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ସିଏସକେ ଟିମର ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥିବା ସହିତ ଫ୍ୟାନ୍ସ ମାନଙ୍କର ପସନ୍ଦ ମଧ୍ୟ ହୋଇସାରିଛନ୍ତି। ଏହି ସିଜନରେ ଧୋନିଙ୍କ ଝିଅ ତାଙ୍କ ସହିତ ଲଗାତର ଭାବରେ ରହିଛନ୍ତି। ସିଏସକେ, କେକେଆରକୁ ହରାଇ ଆଇପିଏଲରେ ନିଜ ନାମକୁ ଦ୍ବିତୀୟ ସ୍ଥାନରେ ରଖିଛନ୍ତି।

କେକେଆର ଠାରୁ ସିଏସକେର ରୋମାଞ୍ଚକର ବିଜୟ ପରେ ଜିଭାଙ୍କର ଏକ ସୁନ୍ଦର ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଜିଭା ଡ୍ବେନ୍ ବ୍ରାଭୋଙ୍କୁ ଠିକ ଭାବରେ କେମିତି କ୍ୟାପ୍ ପିନ୍ଧିବେ ତାହା ଶିଖାଉଛନ୍ତି। ଏହି ଭିଡିଓଟି ସିଏସକେର ଅଫିସିଆଲ ଟ୍ବିଟରରେ ପୋଷ୍ଟ କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.