ଫେକ୍ ବିଜ୍ଞାପନରେ ସଚିନଙ୍କ ନାମ, ଫଟୋ ଏବଂ ସ୍ୱର ବ୍ୟବହାର; ଥାନାରେ ମାମଲା ଦାଏର
ଠକାମୀ ଶିକାର ହୋଇ ଥାନାରେ ପହଞ୍ଚିଲେ ସଚିନ ତେନ୍ଦୁଲକର । ଇଣ୍ଟରନେଟରେ ତାଙ୍କ ନାମ, ଫଟୋ ଏବଂ ସ୍ୱର ବ୍ୟବହାର କରି ବିଜ୍ଞାପନ କରାଯାଉଛି ।
ଠକାମୀର ଶିକାର ହୋଇଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର । ଇଣ୍ଟରନେଟରେ ସଚିନଙ୍କ ନାମ, ଫଟୋ ଏବଂ ସ୍ୱର ବ୍ୟବହାର କରାଯାଇ ବିଜ୍ଞାପନ କରାଯାଉଛି । ଯାହାକୁ ନେଇ ସଚିନ ମୁମ୍ବାଇ ପୋଲିସ କ୍ରାଇମବ୍ରାଞ୍ଚରେ ମାମଲା ଦାଏର କରାଯାଇଛି । ଏହାପରେ ମୁମ୍ବାଇ ପୋଲିସ ସାଇବର ସେଲ୍ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ଆଇପିସି ଧାରା ୪୨୦, ୪୬୫ ଏବଂ ୫୦୦ ମାମଲା ଦାଏର କରି ଯାଞ୍ଚ ଆରମ୍ଭ କରିଛି ।
ସୂଚନା ମୁତାବକ, ସଚିନଙ୍କର ନାମ, ଫଟୋ ଓ ସ୍ୱରକୁ ଭୁଲ ଭାବେ ପ୍ରଦର୍ଶିତ କରାଯାଉଛି । ଇଣ୍ଟରନେଟରେ ଚାଲୁଥିବା କିଛି ଫେକ ବିଜ୍ଞାପନରେ ସଚିନଙ୍କର ବ୍ୟକ୍ତିଗତ ତଥ୍ୟକୁ ଭୁଲ ଭାବେ ଉପସ୍ଥାପନ କରାଯାଇଛି । କେବଳ ଏତିକି ନୁହେଁ ସେହି ପ୍ରଡକ୍ଟ କିଣିଲେ ସଚିନଙ୍କ ହସ୍ତାକ୍ଷର ଥିବା ଟି-ଶାର୍ଟ ମିଳିବ ବୋଲି ମଧ୍ୟ ଉକ୍ତ ବିଜ୍ଞାପନରେ ଦାବି କରାଯାଇଥିଲା ।
ତେବେ ସଚିନଙ୍କର ଅଭିଯୋଗ ପରେ ମୁମ୍ବାଇ ପୋଲିସର ସାଇବର ସେଲ ଏକ ମାମଲା ଦାଏର କରିବା ସହ ତଦନ୍ତ ଆରମ୍ଭ କରିଦେଇଛି । ଫେସବୁକରେ ଏକ ଅଏଲ କମ୍ପାନୀର ବିଜ୍ଞାପନ ସଚିନ ଦେଖିଥିଲେ । ଉକ୍ତ ବିଜ୍ଞାପନରେ ତେନ୍ଦୁଲକରଙ୍କର ଫଟୋକୁ ବ୍ୟବହାର କରାଯିବା ସହ ସଚିନ ନିଜେ ଏହି ପ୍ରଡକ୍ଟ କିଣିବାକୁ ସୁପାରିଶ କରିଥିବା ବିଜ୍ଞାପନ ତଳେ ଲେଖାଯାଇଥିଲା । ଏପରି ବିଜ୍ଞାପନ ଇନଷ୍ଟାଗ୍ରାମରେ ମଧ୍ୟ ଦେଖିବାକୁ ମିଳିଥିଲା । ତେନ୍ଦୁଲକରଙ୍କ ବ୍ୟକ୍ତିଗତ ସହାୟକ ଏହି ମାମଲା ଦାଏର କରିଥିବା ଜଣାପଡ଼ିଛି ।
Maharashtra | Former cricketer Sachin Tendulkar lodges a Police complaint at Mumbai Crime Branch, over his name, photo and voice being used in “fake advertisements” on the internet to dupe people. Case registered by Mumbai Police Cyber Cell against unidentified people under… pic.twitter.com/skkfDYa1eP
— ANI (@ANI) May 13, 2023
ତେବେ ସଚିନଙ୍କ ବିନା ଅନୁମତିରେ ତାଙ୍କ ଫଟୋ, ସ୍ୱର ବ୍ୟବହାର କରାଯାଇଛି । ଯେଉଁଥିପାଇଁ ସେ ଥାନାରେ ପହଞ୍ଚିଛନ୍ତି । ଏହା ପୂର୍ବରୁ ୨୦୨୦ରେ ମଧ୍ୟ ସଚିନଙ୍କ ଟିମ୍ ଏକ ବୟାନ ଜାରି କରିଥିଲା। ଯେଉଁଥିରେ ସେ ଏଭଳି କମ୍ପାନୀ ବିରୋଧରେ କିମ୍ବା ବ୍ୟକ୍ତିଗତ ଭାବେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ ।