ଆଜିଠୁ ଆରମ୍ଭ ହେଉଥିବା ସାରଲୋରଲକ୍ସ ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ ସାଇନା ନେହୱାଲ ଓ ଲକ୍ଷ ସେନ

ଭାରତୀୟ ବ୍ୟାଡ଼ମିଣ୍ଟନ ଖେଳାଳି ସାଇନା ନେହୱାଲ ଓ ଲକ୍ଷ ସେନ ଆଜିଠୁ ଆରମ୍ଭ ହେବାକୁ ଯାଉଥିବା ସାରଲାରଲକ୍ସ ଓପନ ସୁପର ଟୁର ୧୦୦ ବ୍ୟାଡ଼ମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ । ଲଣ୍ଡନ ଅଲିମ୍ପିକରେ ବ୍ରୋଞ୍ଜ ପଦକ ବିଜେତା ସାଇନା ଚଳିତ ବର୍ଷ ଜାନୁଆରୀ ମାସରେ ଇଣ୍ଡୋନେସିଆ ମାଷ୍ଟର୍ସ ଟାଇଟଲ ଜିତିଥିଲେ । କିନ୍ତୁ ତାହା ପରେ ପରେ ତାଙ୍କ ପ୍ରଦର୍ଶନ ସେତେଟା ଉତ୍ସାହ ଜନକ ନଥିଲା । ଖେଳର ପ୍ରଥମ ରାଉଣ୍ଡରେ ସେ ଦୁହେଁ ଜର୍ମାନୀର ଫେବିଏନଏ ଦେ ଫ୍ରେଜଙ୍କୁ ଭେଟିବେ । ଗତ ସପ୍ତାହରେ ଅନୁଷ୍ଠିତ ହୋଇଥିବା ଫ୍ରେଞ୍ଚ ଓପନ ଟାଇଟଲରେ ସାଇନା କ୍ୱାର୍ଟର ଫାଇନାଲ ରାଉଣ୍ଡ ପୂର୍ବରୁ ହିଁ ଖେଳରୁ ଆଉଟ ହୋଇଯାଇଥିଲେ । ଅନ୍ୟ ପକ୍ଷରେ ଲକ୍ଷ ଚଳିତ ସିଜିନର ତୃତୀୟ ଟାଇଟଲ ଜିତିବା ନେଇ ଲକ୍ଷ ରଖିଛନ୍ତି । ସେ ଏହା ପୂର୍ବରୁ ବେଲଜିୟମ ଇଣ୍ଟରନେଶନାଲ ଓ ଡଚ ଓପନ ଟାଇଟଲ ହାସଲ କରିସାରିଛନ୍ତି । ସେ ପୋଲିସ ଓପନର ଫାଇନାଲ ରାଉଣ୍ଡରେ ମଧ୍ୟ ପହଞ୍ଚିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.