Below header

ମୋ ଜୀବନ ମୋ ଅନୁସାରେ : ସାନିଆ ମିର୍ଜା

ଆସନ୍ତା ଅକଟୋବର ମାସରେ ମା ହେବେ ଭାରତୀୟ ଟେନିସ୍ ଷ୍ଟାର ସାନିଆ ମିର୍ଜା। ଏବେ ସେ ଟେନିସ୍ କୋର୍ଟରୁ ଦୂରେଇ ରହିଛନ୍ତି ସତ। ହେଲେ ଚର୍ଚ୍ଚାରୁ ଦୂରେଇ ନାହାନ୍ତି। ଗର୍ଭବତୀ ଅବସ୍ଥାରେ ନିଜର ଫ୍ୟାସନ ପାଇଁ ସମସ୍ତଙ୍କ ନଜରକୁ ଆସିଛନ୍ତି। ସ୍ୱାମୀ ପାକିସ୍ତାନ କ୍ରିକେଟର ସୋଏବ ମଲିକ ତାଙ୍କର ସବୁ ପ୍ରକାର ଯତ୍ନ ନେଉଥିବା କହିଛନ୍ତି ସାନିଆ। ସେପଟେ ପିଲା ଜନ୍ମ ପରେ ୨୦୨୦ ଅଲିମ୍ପିକ୍କୁ ଫେରିବା ପାଇଁ ସେ ଟାର୍ଗେଟ୍ ରଖିଛନ୍ତି। ସେରେନା ଓ୍ଵିଲିୟମ୍ସ, କିମ୍ କ୍ଲାଇଷ୍ଟର୍ସଙ୍କ ଭଳି ଖେଳାଳି ମା ହେବା ପରେ ପୁଣି ଟେନିସ୍ କୋର୍ଟକୁ ଫେରି ସଫଳ ହୋଇଛନ୍ତି। ତେଣୁ ସେମାନଙ୍କ ଭଳି ସାନିଆ ମଧ୍ୟ ସଫଳ ହେବେ ବୋଲି ଦୃଢ଼ ବିଶ୍ୱାସୀ ଅଛନ୍ତି।

ତେବେ ଏହି ୩୧ ବର୍ଷ ବୟସ୍କା ଟେନିସ୍ ସୁନ୍ଦରୀ ଖୋଲାଖୋଲି କହିଛନ୍ତି ଯେ ସେ କେବେ ହେଲେ ଜଣେ ସାଧାରଣ ମହିଳା ଭାବେ ପାରମ୍ପରିକ ରୀତିରେ ନିଜ ଜୀବନ ଜିଇ ନାହାନ୍ତି। ମୁଁ ସବୁ ବେଳେ ଭିନ୍ନ ରାସ୍ତା ଦେଇ ଚାଲିଛି ଓ ସଫଳ ବି ହୋଇଛି। ଏଥିରେ ସର୍ବଦା ପିତାମାତାଙ୍କର ପୂରା ସମର୍ଥନ ପାଇଛି। ମୋ ଜୀବନରେ ମୁଁ ମୋ ଅନୁସାରେ ହିଁ ଚଳିଛି। ସେ ଟେନିସ୍ ଖେଳ ହେଉ କି ସୋଏବଙ୍କ ସହ ବିବାଦୀୟ ବାହାଘର, ସବୁ କିଛି ତାଙ୍କ ଜୀବନରେ ପରମ୍ପରା ଠାରୁ ଅଲଗା ଥିଲା। ଆଉ ଏସବୁରେ ସେ ବେଶ୍ ଖୁସି ବୋଲି କହିଛନ୍ତି। ତେବେ ବର୍ତ୍ତମାନ ଗର୍ଭସ୍ଥ ପିଲା ପ୍ରତି ସବୁଠୁ ଅଧିକ ଧ୍ୟାନ ଦେବା ହେଉଛି ତାଙ୍କର ବଡ଼ ଦାୟିତ୍ୱ ବୋଲି ସାନିଆ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.