Below header

ଆଜିଠାରୁ ଲାଗୁ ହେଲା ନୂଆ ଜିଏସଟି ରେଟ୍ : ସାନିଟାରୀ ନାପକିନ୍ ସହ କମିଲା ଏହି ସବୁ ଉପକରଣର ଦାମ୍

ନୂଆଦିଲ୍ଲୀ : ଆଜିଠାରୁ ଲାଗୁ ହେବାକୁ ଯାଉଛି ନୂଆ ଜିଏସଟି ରେଟ୍ । ପୂର୍ବ ସପ୍ତାହରେ ଜିଏସଟି ପରିଷଦ ପକ୍ଷରୁ ହୋଇଥିବା ବୈଠକରେ ୮୫ଟି ଉପକରଣର ବଦଳାଯାଇଛି ଜିଏସଟି ରେଟ୍ । ଏବେ ଆସନ୍ତୁ ଜାଣିବା ନୂଆ ଜିଏସଟି ରେଟ୍ ଲାଗୁ ହେବା ପରେ ଆପଣଙ୍କ ପକେଟ୍ ଉପରେ କି ପ୍ରଭାବ ପଡିବ ।

ରେଫ୍ରିଜିରେଟର୍ , ୱାସିଙ୍ଗ୍ ମେସିନ୍, ଛୋଟ ସ୍କ୍ରିନ୍ ଟିଭି, ଷ୍ଟୋରେଜ୍ ୱାଟର୍ ହିଟରା ଆଦିରେ ଉପରେ ଲାଗିବ ୧୮ ପ୍ରତିଶତ ଟ୍ୟାକ୍ସ । ପୂର୍ବରୁ ଏହା ଉପରେ ୨୮ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । ସବୁଠାରୁ ବଡ କଥା ହେଉଛି ସାନିଟାରୀ ନାପକିନ୍ ଜିଏସଟି ମୁକ୍ତ ହୋଇଛି । ଏହା ପୂର୍ବରୁ ଏହା ଉପରେ ୧୨ ପ୍ରତିଶତ ଟ୍ୟାକ୍ସ ଲାଗୁଥିଲା । ଏହା ସହ ପ୍ରସ୍ତର ମୂର୍ତ୍ତି,ରାକ୍ଷୀ,ମାର୍ବଲ,କାଠ ଯାହା ଉପରେ ରତ୍ନ କିମ୍ବା ଅନ୍ୟ କୌଣସି ଧାତୁ ବ୍ୟବହାର ହୋଇନଥିବ ଏହି ଦ୍ରବ୍ୟଗୁଡିକ ଆଜିଠାରୁ ଶସ୍ତା ହୋଇଯିବ । ଅର୍ଥାତ୍ ଏଗୁଡିକ ଉପରେ ଜିଏସଟି ଲାଗିବ ନାହିଁ । ଏବେ ନଜର ପକାନ୍ତୁ କେଉଁ କେଉଁ ଉପକରଣ ହେବ ଶସ୍ତା ।

କଣ ହେବ ଶସ୍ତା :
୧ . ସାନିଟାରୀ ନାପକିନ୍
୨ . ରେଫ୍ରିଜିରେଟର୍
୩ . ୱାସିଙ୍ଗ୍ ମେସିନ୍
୪ . ଛୋଟ ସ୍କ୍ରିନ୍ ଟି.ଭି.
୫ . ଷ୍ଟୋରେଜ୍ ୱାଟର୍ ହିଟର୍
୬ . କାନ୍ଥରେ ଲାଗୁଥିବା ପେଣ୍ଟ୍ ବା ରଙ୍ଗ
୭ . ଫୁଡ୍ ଗ୍ରାଇଣ୍ଡର
୮ . ଲିଥିୟମ୍ ଆୟନ୍ ବ୍ୟାଟେରୀ
୯ . ଭ୍ୟାକୁମ୍ କ୍ଲିନର୍
୧୦ . ହେଡ୍ ଡ୍ରାୟର
୧୧ . ଫୁଟ୍ ଓୟାର
୧୨ . କ୍ଷୀର
୧୩ . ପ୍ରସ୍ତର , ମାର୍ବଲ ଏବଂ କାଠରୁ ତିଆରି ମୂର୍ତ୍ତି
୧୪ . ରତ୍ନ ଯୋଡା ହୋଇନଥିବା ରାକ୍ଷୀ
୧୫ . ଝାଡୁ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.