Below header

କମିନି କ୍ରେଜ୍ : ମାହି ଏବେ ବି ଫ୍ୟାନ୍‌ଙ୍କ ପ୍ରଥମ ପସନ୍ଦ

ଅଧିନାୟକ ପଦ ସିନା ଛାଡ଼ିଛନ୍ତି ହେଲେ ଏବେବି ଫ୍ୟାନ୍‌ଙ୍କ ମଧ୍ୟରେ ରହିଛି ମାହିଙ୍କ କ୍ରେଜ୍‌ । ଧୋନି ବର୍ତ୍ତମାନ ବି ଫ୍ୟାନ୍‌ଙ୍କ ପ୍ରଥମ ପସନ୍ଦର ଖେଳାଳି । କରାଯାଇଥିବା ଏକ ସର୍ଭେରେ ଧୋନି ବର୍ତ୍ତମାନର ଅଧିନାୟକ ବିରାଟ କୋହଲି ଓ ରେକର୍ଡ଼ ବ୍ରେକର ସଚିନ ନ୍ଦେୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି । ତେବେ ଧୋନିଙ୍କୁ ତାଙ୍କ ଖେଳ ଅପେକ୍ଷା ତାଙ୍କ ବ୍ୟକ୍ତିତ୍ୱ ପାଇଁ ଏହି ଫ୍ୟାନ୍‌ମାନେ ପସନ୍ଦ କରିଛନ୍ତି । ତେବେ ଚୂଡ଼ାନ୍ତ ସର୍ଭେ ରିପୋର୍ଟରେ ଧୋନିଙ୍କୁ କେବଳ ପଛରେ ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଧୋନି ହେଉଛନ୍ତି ଭାରତର ସବୁଠୁ ସଫଳ କ୍ରିକେଟ୍‌ ଅଧିନାୟକ । ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨୭ଟି ଟେଷ୍ଟ ମ୍ୟାଚ୍‌ ଜିତିଛି । ନିକଟରେ ସେ ଦିନିକିଆ ଆନ୍ତର୍ଜାତିକରେ ୧୦ ହଜାର ରନ୍‌ ସ୍କୋର କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.