ମୋଦିଙ୍କ ଅଟୋଗ୍ରାଫ୍ ଆଣିଲା ଯୁବତୀଙ୍କ ନିକଟକୁ ବିବାହ ପ୍ରସ୍ତାବର ସୁଅ !

ପଶ୍ଚିମବଙ୍ଗ  : ଗତ ଜୁଲାଇ ୧୬ ତାରିଖରେ ପଶ୍ଚିମବଙ୍ଗ ମେଦିନାପୁର ଠାରେ ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରାଲି । ଏହି ରାଲି ବେଳେ ଗୋଟିଏ ପାଖରେ ଏକ ଟେଣ୍ଟ ଭୁଶୁଡ଼ି ପଡ଼ିଥିଲା । ଏଥି କିଛି ଲୋକ ଆହତ ହୋଇଥିଲେ । ତେବେ ସେମାନଙ୍କ ମଧ୍ୟରେ ଥିଲେ ଜଣେ କଲେଜ ଛାତ୍ରୀ ରୀତା । ଯିଏ କି ଏବେ ତାଙ୍କ ଅଞ୍ଚଳରେ ଜଣେ ସେଲିବ୍ରିଟି ବନି ଯାଇଛନ୍ତି । ଏମିତିକି ବାଙ୍କୁଡ଼ା ଖ୍ରୀଷ୍ଟିଆନ୍‌ କଲେଜର ଏହି ଛାତ୍ରୀଙ୍କ ପାଖକୁ ବିବାହ ପ୍ରସ୍ତାବ ଆସିବାରେ ଲାଗିଛି । କାରଣ ଟେଣ୍ଟ ଭାଙ୍ଗିବା ପରେ ରୀତା ଆହତ ହୋଇ ଚିକିତ୍ସିତ ହୋଇଥିଲେ । ଚିକିତ୍ସାଧୀନ ଥିବା ବେଳେ ମୋଦି ତାଙ୍କୁ ଭେଟିବା ସହ ଅଟୋଗ୍ରାଫ୍‌ ମଧ୍ୟ ଦେଇଥିଲେ । ୨୩୦ କିଲୋମିଟର ଦୂରରୁ ରୀତା ତାଙ୍କ ପରିବାର ସହ ମୋଦିଙ୍କୁ ଦେଖିବାକୁ ଯାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.