Below header

ଗୁଜବ ଏବେ ସତ ହୋଇଗଲା,ସାନିଆ ମିର୍ଜା-ସୋଏବ ମଲିକଙ୍କ ସମ୍ପର୍କ ନେଉଛି ଶେଷ ନିଶ୍ୱାସ,ଛାଡ଼ପତ୍ର ହେବା ଥୟ

କେନ୍ୟୁଜ୍‌ ବ୍ୟୁରୋ: ଭାରତୀୟ ଟେନିସ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନୀ କ୍ରିକେଟର ସୋଏବ ମଲିକଙ୍କ ତଲାକ ବିବାଦ ଏବେ ଚରମ ସୀମାରେ । ବହୁତ ଦିନ ହେଲାଣି ଏହି ଦୁହିଁଙ୍କ ଦାମ୍ପତ୍ୟ ଜୀବନକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ହେଉଥିଲା । ମିଡିଆ ରିପୋର୍ଟ ଅନୁସାରେ ସେମାନଙ୍କର ବନ୍ଧୁ କହିଛନ୍ତି, ଏହି ଏହି ଦୁଇ ଜଣ ଏବେ ତଲାକ ନେବାକୁ ଯାଉଛନ୍ତି ।

ଏବେ ସାନିଆ ନିଜ ପୁଅ ଇଜହାନଙ୍କୁ ନେଇ ଦୁବାଇରେ ରହୁଥିବା ବେଳେ ସୋଏବ ପାକିସ୍ତାନରେ ଅଛନ୍ତି ।ଏହି ଦୁଇ ଦମ୍ପତିଙ୍କ ଅଲଗା ଅଲଗା ରହିବା ତଲାକ ନେବା ଘଟଣାକୁ ଆହୁରି ମଜବୁତ କରୁଛି । ନିକଟରେ ସାନିଆ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେଆର କରିଥିଲେ । ସେ ତାଙ୍କ ପୁଅ ସହିତ ଏକ ସୁନ୍ଦର ଫଟୋ ଛାଡ଼ି ଲେଖିଥିଲେ,‘ଏହି ମୁହୂର୍ତ୍ତ ଯାହା ମୋତେ ସେହି କଷ୍ଟ ଦାୟକ ଦିନକୁ ନେଇଯାଏ’ ।

ସାନିଆଙ୍କୁ ଧୋକା ଦେଲେ ସୋଏବ :
ସୋଏବ ଅନ୍ୟ ଜଣେ ଝିଅଙ୍କ ସହିତ ଡେଟ୍‌ କରିବା ନେଇ ପାକିସ୍ତାନ ମିଡିଆରେ ଚର୍ଚ୍ଚା ହେଉଛି । ଯେଉଁ କାରଣ ପାଇଁ ଏହି ଦୁହିଁଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଛି ଏବଂ ଦୁଇ ଜଣ ଅଲଗା ରହିବା ପାଇଁ ନିଷ୍ପତି ନେଇଛନ୍ତି । ସୋଏବ ସାନିଆଙ୍କୁ ଧୋକାଦେଇଛନ୍ତି,ଏହି ଖବର ଟିଭି ଶୋରେ ଚର୍ଚ୍ଚା ହେଉଥିବା ବେଳେ ଏହି ଦୁଇ ଜଣ କୌଣସି ପ୍ରତିକ୍ରିୟା ଦେଇ ନାହାଁନ୍ତି ।

ସାନିଆ-ସୋଏବ ୨୦୧୦ ମସିହା ଏପ୍ରିଲରେ ହାଇଦ୍ରାବାଦରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବାହାଘରରେ ୧୦ ବର୍ଷ ପରେ ତାଙ୍କର ପୁଅ ଇଜହାନ ଜନ୍ମ ହୋଇଥିଲା । ନିକଟରେ ସୋଏବ ଏବଂ ସାନିଆ ସାଙ୍ଗ ହୋଇ ନିଜ ପୁଅ ଇଜହାନ ମୀର୍ଜା ମଲିକର ଜନ୍ମ ଦିନ ପାଳନ କରିଥିଲେ ।

ସୋଏବ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଜନ୍ମ ଦିନ ଫଟୋ ଶେଆର କରିଥିଲେ,କିନ୍ତୁ ଅପରପକ୍ଷରେ ସାନିଆ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ଜନ୍ମ ଦିନର ଫଟୋ ସେଆର କରିନଥିଲେ । ଯାହାକୁ ନେଇ ଏହି ଦମ୍ପତିଙ୍କ ତଲାକ ବିବାଦକୁ ଆହୁରି ଖୋରାକ ଯୋଗାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.