ଖୁବ୍ଶୀଘ୍ର ବଡ଼ ପରଦାରେ ଆସିବ ସାନିଆ ମିର୍ଜାଙ୍କ ବାୟୋପିକ୍, ପ୍ରସ୍ତୁତି ଆରମ୍ଭ
ଟେନିସ୍ ସେନ୍ସେସନ ସାନିଆ ମିର୍ଜାଙ୍କ ବାୟୋପିକ୍ ଉପରେ ଅପ୍ଡେଟ୍ ଆସିଛି। ସାନିଆ ନିଜ ଲାଇଫ୍ ଷ୍ଟୋରୀକୁ ପର୍ଦ୍ଦା ଉପରେ ଦେଖିବା ପାଇଁ ଏକ୍ସାଇଟେଡ୍ ଅଛନ୍ତି ଏବଂ ବାୟୋପିକ୍ ପାଇଁ ଡାଇରେକ୍ଟରଙ୍କ ସହିତ କଥାବାର୍ତ୍ତା ଚାଲିଛି। ଗତ ବର୍ଷ ଖବର ଆସିଥିଲା ଯେ ସାନିଆ ଫିଲ୍ମ ପାଇଁ ରନି ସ୍କ୍ରୟୁବାଲାଙ୍କ ସହିତ କଣ୍ଟ୍ରାକ୍ଟ ସାଇନ୍ କରିଛନ୍ତି। ଏଥିପାଇଁ ସେ ମୁମ୍ବାଇରେ ଥିଲେ ଏବଂ ଫିଲ୍ମ ପ୍ରାଥମିକ ପଯ୍ୟର୍ାୟରେ ଅଛି’।
ସାନିଆଙ୍କ କହିବା ଅନୁଯାୟୀ, ସେ ସବୁବେଳେ ନିଜ ସର୍ତ୍ତ ଉପରେ ଚାଲିଥାଆନ୍ତି। ଏହା ଉପରେ ତାଙ୍କ ଫ୍ୟାନ୍ମାନଙ୍କ ରିଆକ୍ସନ ଦେଖିବା ମଜାଦାର ହେବ। ଯେଉଁମାନେ ତାଙ୍କ ଜର୍ନିକୁ ଫଲୋ କରିଛନ୍ତି, ସେମାନେ ଜାଣିଛନ୍ତି ଯେ ସାନିଆ ନିଜ କଥାକୁ ସଫଳତାର ସହ ରଖିଥାଆନ୍ତି। ସେ କାହାକୁ ଡରନ୍ତି ନାହିଁ।
ସାନିଆ ଆହୁରି କହିଥିଲେ ଯେ ‘ଜଣେ ଆଥ୍ଲେଟ ହେବା ପାଇଁ ଯେଭଳି କଠିନ ପରିଶ୍ରମ କରିବାକୁ ପଡ଼ିଥାଏ, ଏହାକୁ କିଛି ଲୋକ ଅଲଗା ଢଙ୍ଗରେ ଦେଖନ୍ତି। ଆମେ ସମସ୍ତେ ପରିଶ୍ରମ କରିଥାଉ। କିନ୍ତୁ ଯେତେବେଳେ ଆପଣ କୌଣସି ସ୍ପୋର୍ଟସ୍ ଖେଳନ୍ତି, ସେତେବେଳେ ଆପଣ ପ୍ରକୃତରେ ରକ୍ତ, ଝାଳ ସବୁ ବୁହାଇ ଦିଅନ୍ତି’।