କୄନାଲ ପାଣ୍ଡ୍ୟାଙ୍କ କରୋନା ରିପୋର୍ଟ ପଜିଟିଭ, ସ୍ଥଗିତ ହେଲା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚ

ଆଜି ଅନୁଷ୍ଠିତ ହେବାକୁ ଥିବା ଭାରତ- ଶ୍ରୀଲଙ୍କା ଦ୍ଵିତୀୟ ଟି- ଟ୍ୱେଣ୍ଟି ମ୍ୟାଚକୁ ସ୍ଥଗିତ ରଖାଯାଇଛି । ଭାରତୀୟ ଟିମର ଅଲରାଉଣ୍ଡର ଖେଳାଳି କୁନାଲ ପାଣ୍ଡ୍ୟା ପଜିଟିଭ ଚିହ୍ନଟ ହେବା ପରେ ଆଜିର ମ୍ୟାଚକୁ ଘୁଞ୍ଚାଇ ଦିଆଯାଇଥିବା ସୂଚନା ମିଳିଛି । ଉଭୟ ଦଳର ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ଭାରତୀୟ ଦଳର ଖେଳାଳି ଏବେ ଶ୍ରୀଲଙ୍କା ଗ୍ରସ୍ତରେ ଥିବାବେଳେ କୄନାଲଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି ।

ମିଳିଥିବା ସୂଚନା ଅନୁଯାୟୀ ଯେଉଁମାନେ କୃନାଲଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କ ଟେଷ୍ଟିଙ୍ଗ କରାଯିବ । ଦିନକ ପାଇଁ ମ୍ୟାଚକୁ ସସପେଣ୍ଡ କରିଦିଆଯାଇଥିବା ବେଳେ ଆସନ୍ତାକାଲି ମ୍ୟାଚ୍ ହେବ କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଯଦି ସବୁ ଖେଳାଳିଙ୍କ ରିପୋର୍ଟ ନେଭେଟିଗ୍ ଆସେ, ତାହେଲେ ଆସନ୍ତା କାଲି ମ୍ୟାଚ୍ ହୋଇପାରେ । ଶ୍ରୀଲଙ୍କାରେ ଅନୁଷ୍ଠିତ ହେବାକୁ ଥିବା ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିବା ପରେ ଭାରତ ଟି-୨୦ ସିରିଜରେ ୧-୦ରେ ଆଗୁଆ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.