ଜିମ୍ବାୱେ ଠାରୁ ହାରିବା ପରେ ଭାଙ୍ଗିପଡିଲେ ପାକିସ୍ତାନ ଟିମର ଖେଳାଳି, ସାମ୍ନାକୁ ଆସିଲା ଡ୍ରେସିଂ ରୁମରେ କାନ୍ଦୁଥିବାର ଭିଡିଓ

ଅଷ୍ଟ୍ରେଲିଆରେ ଚାଲୁଥିବା ଟି-୨୦ ବିଶ୍ୱକପରେ ଲଗାତାର ଦୁଇଟି ମ୍ୟାଚ୍ ହାରିବା ପରେ ପାକିସ୍ତାନର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଭାରତ ପରେ ଜିମ୍ବାୱେ ଠାରୁ ପାକିସ୍ତାନ ମାତ୍ର ୧ ରନରେ ହାରିଯାଇଥିଲା। ଏହି ପରାଜୟ ପାକିସ୍ତାନ ଟିମର ଖେଳାଳିଙ୍କୁ ମାନସିକ ଭାବେ ଭାଙ୍ଗି ଦେଇଛି। ଯାହା ପାଇଁ ପାକିସ୍ତାନୀ ଖେଳାଳି କାନ୍ଦୁଛନ୍ତି। ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି।

ଜିମ୍ବାୱେ ଠାରୁ ମାତ୍ର ୧ ରନରେ ହାରିବା ପରେ ପାକିସ୍ତାନ ଦଳର ଉପଅଧିନାୟକ ଶାଦାବ ଖାନଙ୍କ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। ଏହି ଭିଡିଓରେ ଡ୍ରେସିଂ ରୁମରେ ଶାଦାବ କାନ୍ଦୁଥିବା ନଜର ଆସିଛନ୍ତି। ଏହି ଭିଡିଓରେ ଶାଦାବ ଡ୍ରେସିଂ ରୁମ ନିକଟରେ ଆଣ୍ଠୁମାଡ଼ି କାନ୍ଦୁଥିବାର ନଜର ଆସିଛନ୍ତି। ଏହି ଭିଡିଓ ଭାଇରଲ ହେଲା ପରେ ପାକିସ୍ତାନର ପ୍ରଶଂସକମାନଙ୍କୁ ଖୁବ୍ ଭାବପ୍ରବଣ ହୋଇଯାଇଛନ୍ତି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ପାକିସ୍ତାନ କ୍ରିକେଟ୍ ପ୍ରଶଂସକଙ୍କ ହୃଦୟ ଭାଙ୍ଗିଯାଇଛି। ଏହି ମ୍ୟାଚରେ ଶାଦାବ ଖାନ ଭଲ ବୋଲିଂ କରି ଚାରି ଓଭରରେ ମାତ୍ର ୨୩ ରନ୍ ପାଇଁ ତିନୋଟି ୱିକେଟ୍ ନେଇଥିଲେ । ହେଲେ ଏହା ଟିମ ପାଇଁ କୌଣସି ଫଳପ୍ରଦ ଫଳାଫଳ ଦେଇନଥିଲା। ଏହି ମ୍ୟାଚରେ ଶାଦାବ ୧୪ ବଲରୁ ୧୭ ରନ୍‌ କରି ଆଉଟ୍‌ ହୋଇ ଯାଇଥିଲେ।

ଏହି ମ୍ୟାଚରେ ଜିମ୍ବାୱେ ପାକିସ୍ତାନକୁ ବିଜୟଠାରୁ ମାତ୍ର ୧ ରନ୍ ସକ୍ଷମ ହୋଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୧୩୦ ରନ ସଂଗ୍ରହ କରିପାରିଥିଲା, କିନ୍ତୁ ଏହାର ଜବାବରେ ପାକିସ୍ତାନୀ ଦଳ ୨୦ ଓଭରରେ ୮ଟି ଓ୍ଵିକେଟ ହରାଇ ୧୨୯ ରନରେ ଅଟକି ଯାଇଥିଲା। ଜିମ୍ବାୱେ ପ୍ରଥମେ ବ୍ୟାଟିଂ କରି ୮ ଓ୍ଵିକେଟ୍‌ରେ ୧୩୦ ରନ୍‌ ସ୍କୋର କରିଥିଲା । ଦଳ ତରଫରୁ ସିନ ଓ୍ଵିଲିୟମ୍ସ ସର୍ବାଧିକ ୩୧ ରନ୍‌ କରିଥିଲେ । ପାକିସ୍ତାନର ଦୁଇ ବୋଲର ମହମ୍ମଦ ଓ୍ଵାସିମ ଜୁନୟର ୨୪ ରନ୍‌ରେ ୪ଟି ଏବଂ ଶାବାଦ ଖାନ୍‌ ୨୩ ରନ୍‌ରେ ୩ଟି ଓ୍ଵିକେଟ୍‌ ନେଇଥିଲେ ।

ତେବେ ଟି-୨୦ ବିଶ୍ୱକପରେ ଜିମ୍ବାୱେ ଦଳ ଠାରୁ ପାକିସ୍ତାନ ଟିମ ହାରିବା ପରେ ଟିମକୁ ଜବରଦସ୍ତ ସମାଲୋଚନାର ଶିକାର ହେବାକୁ ପଡିଛି। କିଛି ଖେଳାଳି ନିରାଶ ରହିଥିବା ବେଳେ କିଛି କାନ୍ଦୁଥିବା ନଜର ଆସିଛନ୍ତି। ଏହି ଭିଡିଓ ଭାଇରଲ ହେବାରେ ଲାଗିଛି। ଏହି ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ‘ବେଳେ ବେଳେ କ୍ରିକେଟ ମଧ୍ୟ ବହୁତ ନିର୍ଦ୍ଦୟୀ ହୋଇଯାଏ।

Also Read : ଓପନିଂ ଛାଡ… ମିଡିଲରେ ଆସ, ପଦକୁ ଜାବୁଡି ନ ଧରି ଅନ୍ୟକୁ ସୁଯୋଗ ଦିଅ; ବାବର ଆଜମଙ୍କୁ ଏମିତି କହିଲେ ପାକିସ୍ତାନର ପୂର୍ବତନ ଖେଳାଳି