ସାଧାରଣ ଜନତା ଧ୍ୟାନ ଦିଅନ୍ତୁ, ଜରୁରୀ କାମ ଥିଲେ ପୂର୍ବରୁ ସାରିଦିଅନ୍ତୁ; ନଭେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ

ଚଳିତବର୍ଷରେ ଅକ୍ଟୋବର ମାସ ଆଉ ଦୁଇ ଦିନ ପରେ ସରିଯିବ। ଅକ୍ଟୋବର ମାସ ପରେ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ମାସରେ ସବୁମାସ ପରି କିଛିଦିନ ବ୍ୟାଙ୍କ ବନ୍ଦ ରହିବ। ଆଉ ଯଦି ଆପଣଙ୍କର ବ୍ୟାଙ୍କ ଜଡିତ ଅଧିକ କାମ ଥାଏ, ତେବେ ପୂର୍ବରୁ ସାରିଦେବା ଜରୁରୀ। ଅକ୍ଟୋବର ଭଳି ନଭେମ୍ବର ମାସରେ ୧୦ ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆପଣଙ୍କର ଜରୁରୀ ଏବଂ ଗୁରୁତ୍ୱପୂର୍ଣ୍ଣ କାମ ରହିଥାଏ, ତେବେ ଆପଣ ପୂର୍ବରୁ କରିଦିଅନ୍ତୁ। ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ନଭେମ୍ବର ମାସର ଛୁଟି ତାଲିକା ଘୋଷଣା କରିଦେଇଛି। ତେବେ ନଭେମ୍ବରରେ କେଉଁ କେଉଁ ଦିନ ବ୍ୟାଙ୍କ ବନ୍ଦ ରହିବ, ତାହା ପୂର୍ବରୁ ଜାଣିରଖନ୍ତୁ।

ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଲୋକଙ୍କ ସୁବିଧା ପାଇଁ ପ୍ରତ୍ୟେକ ମାସର ବ୍ୟାଙ୍କ ଛୁଟି ତାଲିକା ଘୋଷଣା କରିଛି। ଏହି ତାଲିକା ଆରବିଆଇର ଅଫିସିଆଲ େଓ୍ଵବସାଇଟ୍‌ରେ ଉପଲବ୍ଧ ରହିଛି। ତେବେ ବ୍ୟାଙ୍କ ଛୁଟି ସମୟରେ ଅନଲାଇନ ପେମେଣ୍ଟ, ନେଟ ବ୍ୟାଙ୍କିଂ, ଡିଜିଟାଲ ପେମେଣ୍ଟ ଇତ୍ୟାଦି କାମ ଜାରି ରହିବ।

ଗୁରୁନାନକ ଜୟନ୍ତୀ, କାର୍ତ୍ତିକ ପୂର୍ଣ୍ଣିମା, ରାସ ପୂର୍ଣ୍ଣିମା, କନକ ଦାସ ଜୟନ୍ତୀ, ବଙ୍ଗଳା ଫେଷ୍ଟିଭାଲ, କନ୍ନଡ ରାଜ୍ୟ ଉତ୍ସବ, ଫୁଡ ଫେଷ୍ଟିଭାଲ ଏବଂ ସେଙ୍ଗ କୁତ୍ସନେମ ଭଳି ପାର୍ବଣ ଏଥିରେ ସାମିଲ ରହିଛି। ଏହି ପର୍ବ ଗୁଡିକ ମଧ୍ୟରୁ ଅଧିକାଂଶ ପର୍ବ ଆଞ୍ଚଳିକ ଭାବେ ପାଳନ କରାଯିବ । ଯେଉଁ ରାଜ୍ୟଗୁଡିକରେ ଏହି ସବୁ ପର୍ବ ପାଳନ ହେଉଛି ସେହି ସ୍ଥାନଗୁଡିକୁ ଛାଡି ଦେଶର ଅନ୍ୟ ସ୍ଥାନଗୁଡିକରେ ବ୍ୟାଙ୍କ ସେବା ଉପଲବ୍ଧ ହେବ । ଓଡ଼ିଶାରେ ୪ଟି ରବିବାର ଏବଂ ୨ଟି ଶନିବାର ବାଦ ୮ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବ୍ୟାଙ୍କ ବନ୍ଦ ରହିବ ।

ନଭେମ୍ବର ୧ : କନ୍ନଡ ରାଜ୍ୟ ଉତ୍ସବ/କୁଟ (ବେଙ୍ଗାଲୁରୁ ଏବଂ ଇମ୍ଫାଲରେ ବ୍ୟାଙ୍କ ବନ୍ଦ)

ନଭେମ୍ବର ୬ : ରବିବାର

ନଭେମ୍ବର ୮ : ଗୁରୁ ନାନକ ଜୟନ୍ତୀ/କାର୍ତ୍ତିକ ପୂର୍ଣ୍ଣିମା/ ରାସ ପୂର୍ଣ୍ଣିମା

ନଭେମ୍ବର ୧୧ : କନକଦାସ ଜୟନ୍ତୀ/ ଫୁଡ ଫେଷ୍ଟିଭାଲ (କୋଲକତା ଏବଂ ସିମଲା)

ନଭେମ୍ବର ୧୨ : ଦ୍ୱିତୀୟ ଶନିବାର

ନଭେମ୍ବର ୧୩ : ରବିବାର

ନଭେମ୍ବର ୨୩ : ସେଙ୍ଗ କୁତ୍ସନେମ

ନଭେମ୍ବର ୨୬ : ଚତୁର୍ଥ ଶନିବାର

ନଭେମ୍ବର ୨୭ : ରବିବାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.