ବହୁତ ଜଲ୍‌ଦି ବାଜିବ ଶାହିନ ଆଫ୍ରିଦିଙ୍କ ବିବାହର ଶେହନାଇ; ଏହି ଦିନ ହେବ ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କ ସହିତ ନିକାହ

ପାକିସ୍ତାନର ଦ୍ରୁତ ବୋଲର ଶାହିନ୍ ଆଫ୍ରିଦି ପାକିସ୍ତାନ କ୍ରିକେଟ୍ ଟିମ୍‌ର ପୂର୍ବତନ ଅଧିନାୟକ ଶାହିଦ ଆଫ୍ରିଦିଙ୍କ ଝିଅ ଅନ୍‌ଶାଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏକ ରିପୋର୍ଟରେ କୁହାଯାଇଛି ଯେ ଶାହିଦ୍ ଆଫ୍ରିଦି ନିଶ୍ଚିତ କରିଛନ୍ତି କି, ୩ ଫେବୃୟାରୀରେ ଶାହିନ୍ ଓ ଅନ୍‌ଶା ବିବାହ ବନ୍ଧନରେ ବାନ୍ଧି ହେବେ।

ଶାହିନ୍ ବର୍ତ୍ତମାନ ଜାତୀୟ ଦଳରୁ ବାହାରେ ଅଛନ୍ତି। ସେ ଆପେଣ୍ଡିସାଇଟିସ୍ ଅପରେସନରୁ ସୁସ୍ଥ ଲାଭ କରୁଛନ୍ତି। ବାମହାତୀ ଦ୍ରୁତ ବୋଲର ଟି-୨୦ ବିଶ୍ୱକପରେ ଖେଳିଥିଲେ, କିନ୍ତୁ ଇଂଲଣ୍ଡ ବିପକ୍ଷ ଫାଇନାଲରେ ସେ ଆହତ ହୋଇଥିଲେ। ସେହି ସମୟରେ ଶାହିନ୍ ଆଫ୍ରିଦି ନିଜର ଓଭର ପୂରା କରିପାରି ନ ଥିଲେ।

ଶାହିନଙ୍କ ଅନୁପସ୍ଥିତିରେ ପାକିସ୍ତାନକୁ ନ୍ୟୁଜିଲାଣ୍ଡ ଏବଂ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟରେ କ୍ରମାଗତ ପରାଜୟର ସାମ୍ନା କରିବାକୁ ପଡ଼ିଛି। ରିପୋର୍ଟ ମୁତାବକ, ବିବାହର ରୀତିନୀତି କରାଚିରେ ହେବ ଏବଂ ଏହାପରେ ଔପଚାରିକ ରୀତିନୀତି ଅନୁଷ୍ଠିତ ହେବ। ଶାହିନ୍ ଆଫ୍ରିଦି ଏହାପରେ ପାକିସ୍ତାନ ସୁପର ଲିଗ୍ (PSL)ରେ ଅଂଶଗ୍ରହଣ କରିବେ। ଏଥର ଶାହିନ PSLରେ ଲାହୋର କଲନ୍ଦର ଟିମ୍‌ ପାଇଁ ଖେଳୁଥିବାର ନଜର ଆସିବେ।

କହି ରଖୁଛୁ, ଶାହିନ୍ ଶାହ ଓ ଅନ୍‌ଶାଙ୍କ ନିର୍ବନ୍ଧ ଦୁଇ ବର୍ଷ ପୂର୍ବରୁ ସ୍ଥିର ହୋଇସାରିଥିଲା। ଶାହିଦ ଆଫ୍ରିଦି ନିଜେ ଏହି କଥା ନିଶ୍ଚିତ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.