କେନ୍ଦୁପତ୍ରରୁ ଜିଏସଟି ହଟୁ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦାବି କଲେ ବିଜେଡି ସାଂସଦ

କେନ୍ୟୁଜ୍(ବ୍ୟୁରୋ): କେନ୍ଦୁୁପତ୍ର ଉପରୁ ହଟାଯାଉ ଜିଏସଟି । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟି କେନ୍ଦୁପତ୍ରକୁ ଜିଏସଟି ମୁକ୍ତ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ । କେନ୍ଦୁପତ୍ର ଉପରେ ରାଜ୍ୟର ପ୍ରାୟ ୮ ଲକ୍ଷ ତୋଳାଳି, ବନ୍ଧାଳୀ ଓ ସିଜନାଲ ୱାର୍କର ଆର୍ଥିକ ଦୃଷ୍ଟିରୁ ନିର୍ଭରଶୀଳ । ଯେଉଁମାନେ ମୁଖ୍ୟତଃ ଆର୍ଥିକ ଦୁର୍ବଳ ଓ ଜନଜାତି ଶ୍ରେଣୀର। ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦୁପତ୍ର ଉପରୁ ୧୮% ଜିଏସଟି ହଟାଇବାକୁ ବିଜେଡି ସଂସଦ କହିଛନ୍ତି । କେନ୍ଦୁପତ୍ର ଏକ ଲଘୁ ବନଜାତ ଉତ୍ପାଦ ।

ବିଶେଷକରି ଆଦିବାସୀ ଓ ଅନ୍ୟ ପାରମ୍ପରିକ ବନବାସୀମାନେ ଏହା ଉପରେ ନିର୍ଭରକରି ଜୀବନଜୀବିକା ପ୍ରତିପୋଷଣ କରିଥାଆନ୍ତି । ହେଲେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ଯୋଗୁ ସେମାନେ ପ୍ରଭାବିତ ହେଉଛନ୍ତି । ଗତ ୧୭ ତାରିଖ ୪୮ ତମ ଜିଏସଟି କାଉସିଲ ବୈଠକରେ ଏ କେନ୍ଦୁପତ୍ର ଉପରୁ ୧୮% ଜିଏସଟି ହଟାଇବାକୁ ଦାବି କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖି ଜିଏସଟି ହଟାଇବାକୁ ଦାବି କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.