Below header

କରୋନା ମୁକାବିଲାରେ ସାହାଯ୍ୟର ହାତ ବଢ଼ାଇଲେ ଧାୱନ, ଗୁରଗାଓଁ ପୋଲିସକୁ ଦାନ କଲେ….

ଦେଶରେ କରୋନାର ଦ୍ୱିତୀୟ ଲହର ଭୟାବହ ରୂପ ନେବାରେ ଲାଗିଛି । ପ୍ରତିଦିନ ସଂକ୍ରମିତ ସଂଖ୍ୟା ୩ଲକ୍ଷ ପାର ହେବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ବି ହାରାହାରି ୨ ହଜାର ରହିଛି । ହସ୍ପିଟାଲରେ ବେଡ଼ ଅଭାବ, ଅକ୍ସିଜେନ ଅଭାବରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ । ଏହି କାରଣରୁ ଅନେକଙ୍କର ଜୀବନ ବି ଯାଉଛି ।  ଏମିତି ଏକ ଦୁଃସ୍ଥିତିରେ ସାହାଯ୍ୟର ହାତ ବଢ଼ାଇଛନ୍ତି ଷ୍ଟାର ତଥା ସେଲିବ୍ରିଟି ମାନେ । ଏହି ତାଲିକାରେ ଶୀର୍ଷରେ ସୋନୁ ସୁଦ ଥିବା ବେଳେ ଏବେ ଅନ୍ୟାନ ସେଲିବ୍ରିଟି ମାନେ ବି ବଦାନ୍ୟତା ଦେଖାଉଥିବାର ଅନେକ ନଜିର ରହିଛି । ଆଉ ଏବେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ଟିମ୍‌ ଇଣ୍ଡିଆର ଓପନର ଶିଖର ଧୱନ।

ସେ ଅକ୍ସିଜେନ ସଙ୍କଟ ଦୂର କରିବା ପାଇଁ ଗୁରୁଗ୍ରାମ ପୁଲିସକୁ କନସେଣ୍ଟରେଟର୍ସ ଦାନ କରିଥିବା ନେଇ ଏକ ଖବର ପ୍ରକାଶ ପାଇଛି । ଆଉ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛି ଗୁରଗାଓଁ ପୋଲିସ । ଗୁରଗାଓଁ ପୋଲିସର ଏହି ଟ୍ୱିଟକୁ ରି-ଟ୍ୱିଟ କରି ଧୱନ ଲେଖିଛନ୍ତିଯେ ,“ ଏମିତି ଏକ ସମୟରେ ଦେଶବାସୀଙ୍କ ପାଇଁ କିଛି କରି ପାରିଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ମୁଁ ସବୁବେଳେ ମୋ ଦେଶବାସୀ ଓ ସମାଜକୁ ସହଯୋଗ କରିବା ପାଇଁ ପ୍ରସ୍ତୁତ । ଏହି ମହାମାରୀକୁ ଭାରତ ଦିନେ ନା ଦିନେ ମାତ୍‌ ଦେବ ଆଉ ଆଗକୁ ବି ବଢ଼ିବ।”

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.