Below header

ବ୍ୟାଡ୍‌ମିଣ୍ଟନ୍‌ ଷ୍ଟାର୍‌ ପି.ଭି. ସିନ୍ଧୁଙ୍କ ଅବସର ଘୋଷଣା : ଟ୍ଵିଟ୍‌ କରି ଚମକାଇ ଦେଲେ ସମସ୍ତଙ୍କୁ, ଜାଣନ୍ତୁ ଏହା ପଛର ରହସ୍ୟ

ଭାରତୀୟ ମହିଳା ବ୍ୟାଡମିଣ୍ଟନ୍‌ ଷ୍ଟାର ପି.ଭି ସିନ୍ଧୁ ଏକ ଟ୍ଵିଟ୍‌ କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଏଥିରେ ସେ ଲେଖିଛନ୍ତି ‘ମୁଁ ଅବସର ନେଉଛି’ । ସୋସିଆଲ ମିଡିଆରେ ବିଶ୍ୱ ଚାମ୍ପିଅନ୍‌ ସିନ୍ଧୁ ଲେଖିଛନ୍ତି କି ସେ ଡେନ୍‌ମାର୍କ ଓପନ୍‌ ଟୁର୍ଣ୍ଣାମେଣ୍ଟ ପରେ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ୍‌ରୁ ଦୂରେଇ ଯିବେ ।

ତେବେ ତାଙ୍କର ଏଭଳି ଟ୍ଵିଟ୍‌ କ୍ରୀଡ଼ା ପ୍ରେମୀଙ୍କ ଠାରୁ ଆରମ୍ଭ କରି ଭାରତୀୟ କ୍ରୀଡ଼ା ଜଗତରେ ଚହଳ ସୃଷ୍ଟି କରିଛି । ତା ସହିତ ଆହୁରି ରହସ୍ୟମୟ କରି ତୋଳିଛି ତାଙ୍କର ଶେଷ କେଇ ପଦ । ସେ ଲେଖିଛନ୍ତି, ଗତ ବେଶ୍‌ କିଛି ଦିନ ଧରି ମୋ ମନରେ ଯେଉଁ ନକାରାତ୍ମକ ଚିନ୍ତାଧାରା ଆସିଛି ତାରି ଡରରେ ମୁଁ ଅବସର ନେବାକୁ ନିଷ୍ପତ୍ତି ନେଇଛି । ତେବେ କଣ ଏହି ନକାରାତ୍ମକ ଚିନ୍ତାଧାରା ଏବଂ ଶୀର୍ଷରେ ଥିବା କ୍ୟାରିୟରକୁ କାହିଁକି ସେ ଏଭଳି ତ୍ୟାଗ କରିବାକୁ ସ୍ଥିର କଲେ ସେ କଥା ହୁଏତ ପରେ ସ୍ପଷ୍ଟ ହେବ ।

ଭଲ ଫର୍ମରେ ଥାଇ ବିଭିନ୍ନ ପ୍ରତିଯୋଗିତା ଜିତିବା ସହ ଜଣେ ସେଲିବ୍ରିଟି ଭାବେ ସିନ୍ଧୁ ବିପୁଳ ଆୟ ମଧ୍ୟ କରୁଛନ୍ତି । ତେବେ କଣ ହେଲା ଯେ ସେ ଏଭଳି ଅଚାନକ ଅବସର ନିଷ୍ପତ୍ତି ନେଲେ ସେକଥା ଏବେ ସମସ୍ତଙ୍କୁ ଆଚମ୍ବିତ କରିଛି । । ତଥାପି କରୋନା ଭାଇରସ୍‌ ଡରରେ ସେ ଏଭଳି ନିଷ୍ପତ୍ତି ନେଇ ଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଅବଶ୍ୟ ସେ ପରବର୍ତ୍ତୀ ସମୟରେ ଏ ନେଇ ସ୍ପଷ୍ଟୀକରଣ ରଖିଛନ୍ତି । ସେ କହିଛନ୍ତି କି ମୋର ଏହି ଟ୍ଵିଟ୍‌ ମୋ ଫ୍ୟାନ୍‌ମାନଙ୍କୁ ଏକ ମିନି ହାର୍ଟଆଟାକ ଦେଇଥିବ । ତେବେ ବର୍ତ୍ତମାନ ଯେଉଁଭଳି ପରିସ୍ଥିତି ସୃଷ୍ଟି ହୋଇଛି ସେଥିରେ ମୁଁ ମର୍ମାହତ । କିନ୍ତୁ ଆମକୁ ଏକାଠି ହୋଇ ଏହା ବିରୋଧରେ ଲଢ଼ିବାକୁ ହେବ । ଏହି ମହାମାରୀ ମୋର ଆଖି ଖୋଲି ଦେଇଛି । ଆମକୁ ପୁଣି ଥରେ ପୂର୍ବ ସ୍ଥିତିକୁ ଫେରିବାକୁ ହେବ । ସିନ୍ଧୁଙ୍କର ଦ୍ୱିତୀୟ ଟ୍ଵିଟ୍‌ ଏବେ ସମସ୍ତଙ୍କୁ ଆଶ୍ୱସ୍ତ କରିଛି । ସେ ଏବେ ଲଣ୍ଡନରେ ରହି ଏସୀୟ ବ୍ୟାଡ୍‌ମିଣ୍ଟନର ଦ୍ୱିତୀୟ ଲେଗ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି । କରୋନା ଲଢ଼େଇରେ ଇଏ ହେଉଛି ସିନ୍ଧୁଙ୍କର ଏକ ଉତ୍ସାହପ୍ରଦ ଅଭିଯାନ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.