ଟ୍ରାଫିକ୍‌ ସିଗ୍‌ନାଲ୍‌ରେ କାର୍‌ ଅଟକାଇ ପତ୍ନୀ ନୀତାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲେ ମୁକେଶ ଅମ୍ବାନୀ

ଆପଣ ଜାଣନ୍ତି କି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ଅଧ୍ୟକ୍ଷ ତଥା ବିଶ୍ୱର ଚତୁର୍ଥ ଧନୀ ମୁକେଶ ଅମ୍ବାନୀ, ପତ୍ନୀ ନୀତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ । ତାହାପୁଣି ଟ୍ରାଫିକ୍‌ ସିଗ୍‌ନାଲ୍‌ରେ ।

ବେଳେ ବେଳେ ଆମେ ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀକୁ ଅନୁସରଣ କରିଥାଉ । ସେମାନଙ୍କ ବ୍ୟବସାୟୀକ ହେଉ ବା ବ୍ୟକ୍ତିଗତ ଜୀବନ । ବହୁତ କିଛି ପ୍ରେରଣା ମିଳିଥାଏ ସେମାନଙ୍କ ଠାରୁ । ଆଜି ଆମେ କହିବାକୁ ଯାଉଛୁ ଏଭଳି ଜଣେ ବ୍ୟକ୍ତିତ୍ୱଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଯିଏ ବ୍ୟବସାୟ ଦୁନିଆର ଜଣେ ଉଜ୍ଜଳ ତାରକା କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଶ୍ୱ ଧନୀ ତାଲିକାର ଚତୁର୍ଥ ସ୍ଥାନରେ ରହିଥିବା ଏହି ବ୍ୟକ୍ତିତ୍ୱଙ୍କ ବ୍ୟକ୍ତିଗତ ଜୀବନ ମଧ୍ୟ ବେଶ ରୋମାଞ୍ଚକର । ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ମୁକେଶ ଅମ୍ବାନୀ ନିଜର ବିବାହ ପାଇଁ ତାଙ୍କର ପତ୍ନୀ ନୀତା ଅମ୍ବାନୀଙ୍କୁ ନିଜେ ପ୍ରସ୍ତାବ ଦେଇଥିଲେ ବୋଲି । ନୀତାଙ୍କୁ ମୁକେଶଙ୍କ ପିତା ଧିରୁଭାଇ ଅମ୍ବାନୀ ଏକ ନୃତ୍ୟ ଶୋରେ ମଧ୍ୟ ପସନ୍ଦ କରିଥିଲେ ।

nita-3

ନୀତା ଥିଲେ ନୃତ୍ୟ ପ୍ରିୟ

ନୀତା ଅମ୍ବାନୀ ମୁମ୍ବାଇର ଏକ ମଧ୍ୟବିତ୍‌ ପରିବାରରେ ୧ ନଭେମ୍ବର ୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ପିଲାଦିନରୁ ନୀତାଙ୍କର କ୍ଲାସିକାଲ ଡ୍ୟାନ୍ସରେ ବହୁତ ଇଚ୍ଛା ରହିଥିଲା । କିନ୍ତୁ ତାଙ୍କର ମା’ ଚାହୁଁଥିଲେ ସେ ଜଣେ ଚାର୍ଟାଡ ଆକାଉଣ୍ଟାଣ୍ଟ ହୁଅନ୍ତୁ ବୋଲି । ନୀତାଙ୍କର ନୃତ୍ୟ ପାଇଁ ଦୁର୍ବଳତା ଦେଖି ତାଙ୍କ ମା’ତାଙ୍କୁ ୮ ବର୍ଷ ବୟସରେ ଭାରତନାଟ୍ୟମ୍‌ ଶିଖାଇବାକୁ ଛାଡିଥିଲେ । ନୀତା ମଧ୍ୟ ଜଣେ ଶିକ୍ଷକ ଓ ଇଣ୍ଟରିଅର ଡିଜାଇନର ଭାବେ ଡିଗ୍ରୀ ହାସଲ କରିଛନ୍ତି ।

ଧିରୁ ଭାଇ ଅମ୍ବାନୀ ନୀତାଙ୍କୁ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ପସନ୍ଦ କରିଥିଲେ

ନବରାତ୍ରି ଅବସରରେ ନୀତା ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ମୁକେଶଙ୍କ ପିତା ଧିରୁଭାଇ ଅମ୍ବାନୀ ନୀତାଙ୍କୁ ଦେଖିଥିଲେ । ଏହି କାର୍ଯ୍ୟକ୍ରମରେ ଧିରୁଭାଇଙ୍କ ସହ ପତ୍ନୀ କୋକିଲାବେନ୍‌ ମଧ୍ୟ ଥିଲେ । କୋକିଲାବେନ୍‌ ନୀତା ଓ ତାଙ୍କର ନୃତ୍ୟକୁ ବହୁତ ପସନ୍ଦ କରିଥିଲେ । ନୀତାଙ୍କ ସମ୍ପର୍କରେ କାର୍ଯ୍ୟକ୍ରମର ଅର୍ଗନାଇଜରଙ୍କ ଠାରୁ ଠିକଣା ମଧ୍ୟ ସଂଗ୍ରହ କରିଥିଲେ ।

nita-2

ଧିରୁଭାଇ ଅମ୍ବାନୀ ଯେବେ ଫୋନ୍‌ କରିଥିଲେ,ନୀତା ରଙ୍ଗ୍‌ ନମ୍ବର କହି ଫୋନ୍‌ କାଟିଦେଇଥିଲେ

କାର୍ଯ୍ୟକ୍ରମରୁ ଫେରିବା ପରେ ଧିରୁଭାଇ ଅମ୍ବାନୀ ନୀତାଙ୍କ ଘରକୁ ଫୋନ୍‌ କରିଥିଲେ । ହେଲେ ନୀତା ରଙ୍ଗ୍‌ ନମ୍ବର କହି ଫୋନ୍‌ କାଟିଦେଇଥିଲେ । ନୀତା ଏକ ଇଣ୍ଟରଭ୍ୟୁରେ କହିଥିଲେ, ଫୋନ୍‌ ମୁଁ ଉଠାଇଥିଲି । ଯେତେବଳେ ଅପର ପାର୍ଶ୍ୱରୁ ମୁଁ ଧିରୁଭାଇ ଅମ୍ବାନୀ ବୋଲି କହୁଛି ଶୁଣିଲି, ମୁଁ ବିଶ୍ୱାସ କରି ନ ପାରି ଫୋନ୍‌ କାଟିଦେଇଥିଲି । ଦ୍ୱିତୀୟ ଥର ଫୋନ୍‌ ରିସିଭ୍‌ କରିଥିଲେ ମଧ୍ୟ ମୁଁ ବିଶ୍ୱାସ କରିପାରି ନଥିଲି । ତୃତୀୟ ଥର ଫୋନ୍‌ ଆସିବା ପରେ ଧିରୁଭାଇ ଅମ୍ବାନୀ ବୋଲି ମୁଁ ବିଶ୍ୱାସ କରିଥିଲି ।

nita-1

ମୁକେଶ ଅମ୍ବାନୀ ଟ୍ରାଫିକ ସିଗ୍‌ନାଲ୍‌ରେ ଗାଡି ରଖି ନୀତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ

ବିବାହ ପାଇଁ ନୀତାଙ୍କୁ ମୁକେଶଙ୍କ ପ୍ରସ୍ତାବ ମଧ୍ୟ ବହୁତ ରୋମାଞ୍ଚକର ଥିଲା । ମୁକେଶ ଏବଂ ନୀତା ଏକ କାର୍‌ ଯୋଗେ ମୁମ୍ବାଇର ପେଡାର ରୋଡ୍‌ରୁ ଯାଉଥିଲେ । କାର୍‌ ଏକ ସିଗ୍‌ନାଲ୍‌ରେ ଅଟକିଥିଲା । କାର୍‌ ରହିବା ପରେ ମୁକେଶ କହିଥିଲେ ‘ଓ୍ଵିଲ୍‌ ୟୁ ମ୍ୟାରି ମି ?’(ତୁମେ ମୋତେ ବିବାହ କରିବ କି ?) ।

ଏହି ସମୟରେ ସିଗ୍‌ନାଲ୍‌ କ୍ଲିଅର ହୋଇଯାଇଥିଲା । ଆଉ ପଛରୁ ଅନ୍ୟ କାର୍‌ଗୁଡିକ ହର୍ଣ୍ଣ ଉପରେ ହର୍ଣ୍ଣ ବଜାଇ ଚାଲିଥିଲେ । ନୀତା ଯେତେବେଳେ ଗାଡି ଛାଡିବା ପାଇଁ କହିଥିଲେ । ମୁକେଶ- ‘ତୁମେ ଉତ୍ତର ଦେବା ପରେ ଗାଡି ଛାଡିବି ବୋଲି କହିଥିଲେ । ଏଥର ନୀତା ହଁ କହିଥିଲେ । ତା’ପରେ ମୁକେଶ ଗାଡ଼ି ଚଳାଇବା ଆରମ୍ଭ କରିଥିଲେ । ଏମିତି ଥିଲା ନୀତା ଓ ମୁକେଶଙ୍କ ବିବାହ ପ୍ରସ୍ତାବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.