Below header

ବିସିସିଆଇ ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ କରୋନା ପଜିଟିଭ୍

ଦେଶରେ କରୋନା ମହାମାରୀର ପ୍ରକୋପ ବଢିବାରେ ଲାଗିଛି। ପ୍ରତ୍ଯେକ ଦିନ ଏନେଇ ନୂଆ ନୂଆ ସଂକ୍ରମିତ ମଧ୍ଯ ଚିହ୍ନଟ ହେଉଛନ୍ତି। ବର୍ତ୍ତମାନ ଦେଶରେ ୯ଲକ୍ଷରୁ ଅଧିକ ଲୋକ ଭାଇରସରେ ସଂକ୍ରମିତ ଥିବା ଚିହ୍ନଟ ହୋଇସାରିଛନ୍ତି। ଏହା ମଧ୍ଯରେ ବର୍ତ୍ତମାନ ଭାରତୀୟ କ୍ରିକେଟ ଟିମ୍ ର ପୂର୍ବ କ୍ଯାପଟେନ୍ ଏବଂ ବିସିସିଆଇ ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ ମଧ୍ଯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସୂଚନା ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ଯକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି କରୋନା ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏନେଇ ବର୍ତ୍ତମାନ ତାଙ୍କର ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୌରଭ ଗାଙ୍ଗୁଲି ଏବଂ ତାଙ୍କ ଭାଇ ସ୍ନେହାଶିଷ ଗାଙ୍ଗୁଲି ଗୋଟିଏ ଘରେ ଅଲଗା ଅଲଗା ଫ୍ଲୋରରେ ରହୁଥିବା ସୂଚନା ମିଳିଛି।

sourav1ସୂଚନାଯୋଗ୍ଯ ଏହା ପୂର୍ବରୁ ଗତ ଜୁନ୍ ମାସରେ ସ୍ନେହାଶିଷ ଗାଙ୍ଗୁଲି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଖବର ସାମ୍ନାକୁ ଆସିଥିଲା କିନ୍ତୁ ଏହି ଖବର ଭୁଲ୍ ପ୍ରମାଣିତ ହୋଇଥିଲା। ଏନେଇ କ୍ରିକେଟ୍ ଆସୋସିଏସନ୍ ଅଫ୍ ବଂଗାଲ (ସିଏବି) ସ୍ନେହାଶିଷଙ୍କ ଠାରେ କରୋନା ଭାଇରସର କୌଣସି ଲକ୍ଷଣ ନଥିବା ନେଇ ସ୍ପଷ୍ଟ କରିଥିଲେ। ରିପୋର୍ଟ ଅନୁଯାୟୀ ସୌରଭ ଗାଙ୍ଗୁଲିଙ୍କ ବଡ ଭାଇ ସ୍ନେହାଶିଷ ଗାଙ୍ଗୁଲି କ୍ରିକେଟ୍ ଆସୋସିଏସନ୍ ଅଫ୍ ବଂଗାଲ (ସିଏବି) ର ସେକ୍ରେଟାରୀ ପଦବୀରେ କାର୍ଯରତ ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.