BMWରେ ଆସି ମର୍ଡର : ୬ ଜଣିଆ ଗ୍ୟାଙ୍ଗକୁ କାବୁ କଲା ପୋଲିସ, ବନ୍ଧୁକ ଓ ମାରଣାସ୍ତ୍ର ଜବତ

ଭୁବନେଶ୍ୱର: ଭୁବନେଶ୍ୱରରେ ଛୁରାମାଡ । ଖୋର୍ଦ୍ଧାରେ ମର୍ଡର । ସମାନ ଢଙ୍ଗରେ ଏବଂ ସମାନ ଗ୍ୟାଙ୍ଗ ଘଟାଇଛି କାଣ୍ଡ। ଏଭଳି ଏକ ଗ୍ୟାଙ୍ଗକୁ କାବୁ କରିଛି ଖୋର୍ଦ୍ଧା ପୋଲିସ । ସୂଚନା ଥାଉକି, ଗତ ମଙ୍ଗଳବାର ନୟାପଲ୍ଲୀ ଅଞ୍ଚଳରେ ଗାଡି ସାଇଡ ନଦେବାରୁ ଜଣେ ଯୁବକଙ୍କୁ ବିଚ୍‌ ରାସ୍ତାରେ ଛୁରାମାଡ କରି ଫେରାର ହୋଇଥିଲେ ଏକ ଗ୍ୟାଙ୍ଗ । ଏନେଇ ଯୁବକ ଥାନାରେ ଅଭିଯୋଗ କରିଥିଲେ ।

ସେହି ଗ୍ୟାଙ୍ଗ ଖୋର୍ଦ୍ଧାରେ ଜଣେ ଯୁବକଙ୍କୁ ଛୁରାମାଡ କରି ହତ୍ୟା କରିଛନ୍ତି । ସମାନ ଢ଼ଙ୍ଗରେ ଛୁରାମାଡ କରି ଫେରାର ହୋଇଯାଇଥିଲେ । ପରେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ।  ଖୋର୍ଦ୍ଧା ଏସପିଙ୍କ ନେତୃତ୍ୱରେ ପାଞ୍ଚଟି ଟିମ ଗଠନ କରାଯାଇ ଅପରାଧୀଙ୍କୁ ରଣପୁର ଜଙ୍ଗଲରୁ ଗିରଫ କରାଯାଇଥିବା ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.