Below header

ସୁନା କିଣିବାକୁ ଚାହୁଁଛନ୍ତିକି, ତେବେ ଜାଣି ରଖନ୍ତୁ ଆଜି କେତେ ରହିଛି ଦର

ପୁଣି କମିଛି ସୁନା ମୂଲ୍ୟ । ବୁଧବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକାମେ ୩୦ ଟଙ୍କା ଲେଖାଏଁ ହ୍ରାସ ପାଇ ଯଥାକ୍ରମେ ୪୮,୯୦୦ ଓ ୪୭,୯୦୦ ଟଙ୍କାରେ ସ୍ଥିର ରହିଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଦିନ ଏହି ମୂଲ୍ୟ ଯଥାକ୍ରମେ ୪୮,୯୩୦ ଟଙ୍କା ଓ ୪୭,୯୩୦ ଟଙ୍କା ଥିବା ନେଇ ରେକର୍ଡ ହୋଇଥିଲା । ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟ ଯଥାକ୍ରମେ ୫୧,୨୯୦ ଟଙ୍କା ଓ ୪୭,୧୩୦ ଟଙ୍କା ଛୁଇଁଥିବା ଜଣାଯାଇଛି । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ଯଥାକ୍ରମେ

୪୮,୯୦୦ ଟଙ୍କା ଓ ୪୭,୯୦୦ ଟଙ୍କା ଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୧୫୦ ଟଙ୍କା ଓ ୪୭,୯୫୦ ଟଙ୍କା ରହିଛି । ସେହିପରି ଦକ୍ଷିଣ ଭାରତର ଅନ୍ୟତମ ପ୍ରମୁଖ ସହ ଚେନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ଯଥାକ୍ରମେ ୫୧,୨୯୦ ଟଙ୍କା ୪୭,୧୩୦ ଟଙ୍କା ଲେଖାଏଁ ଥିବା ରେକର୍ଡ ହୋଇଛି । ଯେବେକି ପୂର୍ବ ଭାରତର ପ୍ରମୁଖ ସୁନା ବଜାର ଭାବେ ଜଣା କୋଲକାତାରେ ଏହି ଦର ଯଥାକ୍ରମେ ୪୯,୯୨୦ ଟଙ୍କା ଓ ୪୮,୩୫୦ ଟଙ୍କା ଥିବା ରେକର୍ଡ ହୋଇଛି । ସୁନା ପରି ରୁପା ଦରରେ ବି ଅତି ସାମାନ୍ୟ ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ବୁଧବାର ସନ୍ଧ୍ୟା ସୁଦ୍ଧା ରୁପା ଦର କିଲୋଗ୍ରାମ ପ୍ରତି ୫୩୦୦୦ ଟଙ୍କାରେ ଟ୍ରେଣ୍ଡ କରୁଥିବା ଜଣାଯାଇଛି । କିନ୍ତୁ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ଆଉନ୍ସ ପ୍ରତି ୧୮୧୩ ଡ଼ଲାରରେ ଟ୍ରେଣ୍ଡ କରୁଥିବା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.