ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମାଜନ ସିଇଓ ଜେଫ ବୋଜୋସ, ବିଲିୟନେୟାର ବ୍ୟବସାୟୀ ଏଲୋନ ମସ୍କ, ମାଇକ୍ରୋସଫ୍ଟର ସହ-ପ୍ରତିଷ୍ଠାତା ବିଲ ଗେଟ୍ସ ଭଳି ନାମୀଦାମୀ ରାଜନେତା, ବ୍ୟବସାୟୀ ତଥା ପ୍ରମୁଖ କମ୍ପାନୀ ଗୁଡିକର ଟ୍ୱିଟର ଆକାଉଣ୍ଟ ହ୍ୟାକ୍ କରାଯାଇଛି। ଏହାକୁ ସ୍ପଷ୍ଟ ଭାବରେ ବିଟକଏନ୍ ସ୍କାମ ଭାବରେ ବିବେଚନା କରାଯାଉଛି।
ତାଙ୍କର ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି ୧୦୦୦ ଡଲାର ବଦଳରେ ୨୦୦୦ ଡଲାର୍ ପଠାଇବା ପାଇଁ ନକଲି ଟ୍ବିଟ୍ ଜରିଆରେ କୁହାଯାଇଛି। ଟ୍ବିଟରରେ ଦୁନିଆର ୧୦ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ବେଜୋସ୍, ଗେଟ୍ସ ଏବଂ ମସ୍କ ଅଛନ୍ତି ଯାହାଙ୍କର ଲକ୍ଷ ଲକ୍ଷ ଅନୁସରଣକାରୀ ବା ଫଲୋର୍ସ ରହିଛନ୍ତି ।
It looks like @JoeBiden & @BarackObama Twitter accounts have been compromised in what appears to be an ongoing hack asking for Bitcoin donations. More on the lengthy list of people targeted today here: https://t.co/AfXfV0dvSQ pic.twitter.com/Vk47Iw7WW0
— Marianna Sotomayor (@MariannaNBCNews) July 15, 2020
ହ୍ୟାକର୍ସ ବିଲ୍ ଗେଟ୍ସଙ୍କ ଆକାଉଣ୍ଟରୁ ଟ୍ବିଟ୍ କରି ଲେଖିଛି କି, ‘ଲୋକମାନେ ମୋତେ ସମାଜରେ ସହଯୋଗ କରିବାକୁ କହୁଛନ୍ତି। ବର୍ତ୍ତମାନ ସମୟ ଆସିଛି। ତୁମେ ମୋତେ ୧୦୦୦ ଡଲାର ଦିଅ, ମୁଁ ତୁମକୁ ୨୦୦୦ ଡଲାର ଦେବି। ‘ କରୋନା ମହାମାରୀ ନାମରେ ବାରାକ ଓବାମାଙ୍କ ଟ୍ୱିଟର ଆକାଉଣ୍ଟରୁ ମଧ୍ଯ ଏଭଳି ଟ୍ୱିଟ କରାଯାଇଛି।
We are aware of a security incident impacting accounts on Twitter. We are investigating and taking steps to fix it. We will update everyone shortly.
— Twitter Support (@TwitterSupport) July 15, 2020
ବିଶ୍ୱର ଏହି ପ୍ରତିଷ୍ଠିତ ବ୍ଯକ୍ତି ମାନଙ୍କ ଟ୍ୱିଟର ଆକାଉଣ୍ଟ ହ୍ୟାକ୍ ହେବା ପରେ ଟ୍ୱିଟର ପଦକ୍ଷପ ନେଇଥିଲା। କମ୍ପାନୀ ଏକ ବିବୃତ୍ତି ଜାରି କରି କହିଛି ଯେ ଟ୍ୱିଟର ଆକାଉଣ୍ଟକୁ ପ୍ରଭାବିତ କରୁଥିବା ସୁରକ୍ଷା ଘଟଣା ବିଷୟରେ ଏହା ଏକ ସତର୍କ ସୂଚନା। ଏହାର ଅନୁସନ୍ଧାନ କରାଯାଉଛି ଏବଂ ଏହାର ସମାଧାନ ପାଇଁ କାର୍ଯ୍ୟ କରାଯାଉଛି। ଏହାକୁ ଶୀଘ୍ର ସମାଧାନ କରିବାକୁ ଟ୍ୱିଟର ମଧ୍ୟ ପ୍ରତିଶୃତି ଦେଇଛି। ସୂଚନା ଥାଉକି ହ୍ଯାକର ମାନେ ପଠାଇ ଥିବା ସମସ୍ତ ଟ୍ବିଟ୍କୁ କିଛି ସମୟ ପରେ ଡିଲିଟ୍ କରି ଦେଇଥିଲେ ।