Below header

ଆଜି କ୍ଯାଟ୍ରିନାଙ୍କ ଜନ୍ମଦିନ, ଜାଣନ୍ତୁ ସେ କେଉଁ ଫିଲ୍ମ ଜରିଆରେ ବଲିଉଡରେ କରିଥିଲେ ଏଣ୍ଟ୍ରି

ବଲିଉଡରେ କ୍ଯାଟ୍ରିନା କୈଫ୍ ଏଭଳି ଜଣେ ଅଭିନେତ୍ରୀ ଯେ ନିଜର ଅଭିନୟ ମାଧ୍ଯମରେ ଦର୍ଶକଙ୍କୁ ନିଜର ଦିୱାନା କରିପାରିଛନ୍ତି। ୧୯୮୩ ମସିହା ଜୁଲାଇ ୧୬ ତାରିଖ ହକଂଗରେ ଜନ୍ମ ଗ୍ରହଣ କରିଥିବା କ୍ଯାଟ୍ରିନାଙ୍କର ପ୍ରକ୍ତ ନାଁ ହେଉଛି କ୍ଯାଟ୍ରିନା ଟାଁରକେଟୀ।ସେ ୧୬ ବର୍ଷ ବୟସରେ ମଡେଲିଂରୁ ହିଁ କାରିୟର ଆରମ୍ଭ କରିଥିଲେ। ଏହାପରେ ସେ ସିନେମା ଦୁନିଆରେ ପାଦ ଦେଇଥିଲେ। କ୍ଯାଟ୍ରିନା ମଡେଲିଂ କରିବା ନେଇ ମୁମ୍ବାଇ ଆସିଥିଲେ କିନ୍ତୁ ସେଠାରେ ତାଙ୍କର କୈଜାଦ୍ ଗୁସ୍ତାଦଙ୍କ ସହ ସାକ୍ଷାତ ହୋଇଥିଲା। ସେହି ସମୟରେ ସେ ଫିଲ୍ମ ‘ବୁମ୍’ କରୁଥିଲେ। ଏହି ସମୟରେ କ୍ଯାଟ୍ରିନା କୈଜାଦଙ୍କ ସହ ସାକ୍ଷାତ କରି ଏହି ଫିଲ୍ମରେ ଅଭିନୟ କରିବା ସହ ପ୍ରଥମ ଥର ପାଇଁ ସିନେମା ଜଗତରେ ପାଦ ଦେଇଥିଲେ।

film boomସୂଚନାଯୋଗ୍ଯ ୨୦୦୩ ମସିହାରେ ରିଲିଜ୍ ହୋଇଥିବା ଫିଲ୍ମ ‘ବୁମ୍’ ରେ ଅମିତାଭ ବଚ୍ଚନ ଏବଂ ଜାକି ଶ୍ରଫ୍ ମୁଖ୍ଯ ଚରିତ୍ରରେ ନଜର ଆସିଥିଲେ। କିନ୍ତୁ ଏହି ଫିଲ୍ମ ବକ୍ସ ଅଫିସରେ କମାଲ୍ କରିପାରିନଥିଲା। ଏହାପରେ କ୍ଯାଟ୍ରିନା ଅମିତାଭ ବଚ୍ଚନଙ୍କ ସହ ମିଶି ଫିଲ୍ମ ‘ସରକାର’ରେ କାମ କରିଥିଲେ। ୨୦୦୫ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ମଧ୍ଯ କ୍ଯାଟ୍ରିନାଙ୍କୁ ବିଶେଷ କିଛି ଫାଇଦା ମିଳିପାରିନଥିଲା।

amitabhଏହାପରେ କ୍ଯାଟ୍ରିନା କୈଫ୍ ସଲାମାନ୍ ଖାନଙ୍କ ସହ ମିଶି ଫିଲ୍ମ ‘ମେନେ ପ୍ଯାର୍ କ୍ଯୁ କିୟା’ରେ ଅଭିନୟ କରିଥିଲେ। ଏହି ଫିଲ୍ମରେ ହିଁ କ୍ଯାଟ୍ରିନାଙ୍କ ଭାଗ୍ଯ ବଦଳିଯାଇଥିଲା। ଏହାପରେ ସେ ଗୋଟିଏ ପରେ ଗୋଟିଏ ସଫଳତାର ସିଢି ଚଢି ଥିଲେ। ବର୍ତ୍ତମାନ ସେ ଆଜି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି, ଯାହା ବିଷୟରେ ସମସ୍ତେ ଜାଣିଛନ୍ତି। ବର୍ତ୍ତମାନ କ୍ଯାଟ୍ରିନା ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ଏକ ଦଂଶଧି ହୋଇଯାଇଛି। ଏହା ମଧ୍ଯରେ ସେ ଶାହାରୁଖ୍ ଖାନ୍, ସଲମାନ୍ ଖାନ୍, ହ୍ରିତ୍ବିକ୍ ରୋସନ୍ ଏବଂ ଅକ୍ଷୟ କୁମାରଙ୍କ ଭଳି ବଡ ବଡ କଳାକାରଙ୍କ ଅଭିନୟ କରିଛନ୍ତି। ଏଥିସହ କ୍ଯାଟ୍ରିନା ବହୁତ ଜଲଦି ଅକ୍ଷୟ କୁମାରଙ୍କ ସହ ଫିଳ୍ମ ‘ସୂର୍ଯ୍ଯବଂଶୀ’ରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.