Below header

ସମସ୍ତଙ୍କ ପ୍ରିୟ କ୍ରୀଡ଼ା ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ, ଶୁଭାରମ୍ଭ ହେଲା କ୍ରୀଡ଼ା ଅଭିଲେଖାଗାର

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜ୍ୟ ସରକାର ଏବେ କ୍ରୀଡ଼ାକୁ ପ୍ରବଳ ପ୍ରୋତ୍ସାହନ ଦେଉଥିବା ବେଳେ ଏହି ପରିପ୍ରେକ୍ଷୀରେ କିଛି ନୂଆ କଥା କରିବାର ପ୍ରୟାସରେ ଆଗେଇ ଆସିଛି ସ୍ପୋର୍ଟସ ପ୍ରମୋସନ୍‌ ଆଣ୍ଡ ଆର୍କଇଭ୍‌ ରିସର୍ଚ୍ଚ । ଖେଳ ଓ ଖେଳାଳିଙ୍କ ସମ୍ପର୍କିତ ଗବେଷଣା, ତଥ୍ୟ, ଫଟୋଚିତ୍ର ଏବଂ ରେକର୍ଡ଼ ଓ ସ୍ମାରକୀ ଆଦିର ସଂଗ୍ରହ ଓ ସଂରକ୍ଷଣ ଏବଂ ଗ୍ରାମାଞ୍ଚଳ କ୍ରୀଡ଼ାର ପ୍ରସାର ପାଇଁ ସମର୍ପିତ ଏହି ଅନୁଷ୍ଠାନ ଗତକାଲି ବିଧିବଦ୍ଧ ଭାବେ ଆରମ୍ଭ ହୋଇଛି ।

SAMBIT-3ଭୁବନେଶ୍ୱର ରେଡକ୍ରସ୍‌ ଭବନ ଠାରେ ଶନିବାର ଦିନ ଆୟୋଜିତ ଉତ୍ସବରେ ଅନୁଷ୍ଠାନର ଲୋଗୋ ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ବରିଷ୍ଠ କ୍ରୀଡ଼ା ସାମ୍ବାଦିକ ସମ୍ବିତ ମହାପାତ୍ର ଯୋଗ ଦେଇ ତାଙ୍କ ଦ୍ୱାରା ସଂଗୃହୀତ କ୍ରୀଡ଼ା ପୁସ୍ତକ, ଫଟୋ, ଜର୍ସି, ପେଣ୍ଟିଂ ଆଦିକୁ ଅନୁଷ୍ଠାନକୁ ପ୍ରଦାନ କରିଥିଲେ । ଏହି ଅନୁଷ୍ଠାନ ହେଉଛି ତାଙ୍କର ଡ୍ରିମ୍‌ ପ୍ରୋଜେକ୍ଟ । କିଶୋର ଅବସ୍ଥାରୁ ସଂଗ୍ରହ କରିଥିବା ଅନେକ କ୍ରୀଡ଼ା ତଥ୍ୟ ଏବଂ ସ୍ମାରକୀ ସେ ଦିନ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଅନ୍ତର୍ଜାତୀୟ ହକି ଖେଳାଳି ଲାଜରୁସ୍‌ ବାର୍ଲା, ଭାରତୀୟ ଦଳର ପୂର୍ବତନ ଅଧିନାୟିକା ତଥା ମହିଳା ଫୁଟ୍‌ବଲ୍‌ କୋଚ୍‌ ଶ୍ରଦ୍ଧାଞ୍ଜଳି ସାମନ୍ତରାୟ, ଆକାଶବାଣୀ କଟକର ମୁଖ୍ୟ ସୁହାସ ମହାନ୍ତି, ପୂର୍ବତନ କ୍ରୀଡ଼ା ପ୍ରଶାସକ ଅଶୋକ ମହାନ୍ତି, କ୍ରୀଡ଼ା ସାମ୍ବାଦିକ ସୁରେଶ ସ୍ୱାଇଁ, ତପନ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.