ଦୁନିଆକୁ ଠିକ୍‌ରେ ଦେଖିବା ପୂର୍ବରୁ ଚକ୍ଷୁ କ୍ୟାନସରରେ ପୀଡ଼ିତ ୨ ବର୍ଷର ଝିଅ ଚିନ୍ମୟୀ ଦାସ, ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ଭଦ୍ରକ(କେନ୍ୟୁଜ୍):  ଭଦ୍ରକ ଜିଲ୍ଲା ବାସୁଦେବପୁରର ଚିନ୍ମୟୀ ଦାସ । ବୟସ ୨ ବର୍ଷ । ଦୁନିଆକୁ ଠିକ୍‌ରେ ଦେଖିବା ପୂର୍ବରୁ ଚକ୍ଷୁ କ୍ୟାନସରରେ ପୀଡ଼ିତ । ଗୋଟିଏ ଆଖିରୁ ସମ୍ପୁର୍ଣ୍ଣ ଦୃଷ୍ଟିଶକ୍ତି ହରାଇ ସାରିଛି । ଅନ୍ୟ ଆଖିଟିକୁ ଆକ୍ରାନ୍ତ ହେବାରୁ ରକ୍ଷା କରିବା ଲାଗି ଭୁବନେଶ୍ୱର ଏଲପିଭି ଚକ୍ଷୁ କେୟାରରେ କେମୋ ଥେରାପି ଚିକିତ୍ସା ଚାଲିଛି । ହେଲେ ଅର୍ଥ ଅଭାବରୁ ଅଧାରେ ଅଟକି ଯାଇଛି ଚିକିତ୍ସା । ଯାହାକୁ ନେଇ ଏବେ ପରିବାର ଆଖିରୁ ଲୁହ ଶୁଖୁନି । ଚିନ୍ମୟୀଙ୍କ ବାପା ଜଣେ ଦିନ ମଜୁରିଆ । ଯାହା କିଛି ପାଖରେ ଟଙ୍କା ଥିଲା, ସବୁ ଝିଅର ଚିକିତ୍ସାରେ ସରିଗଲାଣି । ବର୍ତ୍ତମାନ ହାତ ଖାଲି । ଡାକ୍ତରଙ୍କ କହିବା ଅନୁସାରେ, ଆହୁରି ୭ରୁ ୮ଲକ୍ଷ ଟଙ୍କା ଦରକାର । ଏବେ ଏତେ ଗୁଡାଏ ଟଙ୍କା କେଉଁଠୁ ଆଣିବେ, ସେ ଚିନ୍ତାରେ ପୁରା ପରିବାର । ତେଣୁ ସରକାରୀ ସହୟତା କୁ ଅପେକ୍ଷା କରିଛନ୍ତି ବାପା ମାଆ । ଏବେ ଝିଅର ଚିକିତ୍ସା କରାଇ ନପାରି ଭାଗ୍ୟକୁ ଆଦରି ପଡି ରହିଛନ୍ତି । ତେବେ ଔଷଧ ପାଇଁ ଟଙ୍କା ଯୋଗାଡ କରି ପାରୁନଥିବା ପରିବାର , ଏବେ ଅଧିକ ଚିକିତ୍ସା କରିବା ଚିନ୍ତାରେ । ଏଣୁ ସରକାରୀ ହେଉ କି ବେସରକାରୀ ସହାୟତା ପାଇଁ ହାତ ପାତିଛନ୍ତି । ଅନ୍ୟପଟେ ଏ ସର୍ମ୍ପକରେ ସ୍ଥାନୀୟ ବିଡିଓଙ୍କୁ ଅବଗତ କରାଯାଇଛି । ଆବଶ୍ୟକ ଅନୁଯାୟୀ ସହାୟତା ଯୋଗାଇ ଦେବେ ବୋଲି ସେ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.