ଚାରି ଦିନରେ ଚମତ୍କାର ବିଜୟ, ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଇନିଂସ୍ ଓ ୧୩୭ ରନ୍ରେ ହରାଇଲା ଭାରତ

ପୁନେ : ଦ୍ୱିତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ଏକ ଇନିଂସ ଓ ୧୩୭ ରନରେ ହରାଇ ବିରାଟ ବିଜୟ ହାସଲ କରିଛି ଭାରତୀୟ ଦଳ । ଏହି ବିଜୟ ସହ ୩ ଟିକିଆ ସିରିଜରେ ୨-୦ରେ ଆଗୁଆ ରହି ଫ୍ରିଡମ୍ ଟ୍ରଫି କବଜା କରିଛି ବିରାଟ ବାହିନୀ। ଭାରତର ଏହା ହେଉଛି ଲଗାତର ୧୧ତମ ଘରୋଇ ସିରିଜ୍ ବିଜୟ । ଯାହା ଏକ ବିଶ୍ୱ ରେକର୍ଡ଼ । ପୂର୍ବରୁ ଭାରତ ଦୁଇ ଦୁଇଥର ୧୦ଟି ଲେଖାଏଁ ଘରୋଇ ସିରିଜ୍ ଜିତି ଅଷ୍ଟ୍ରେଲିଆ ସହ ସମାନ ହୋଇଥିଲା ।
ଆଜି ମ୍ୟାଚ୍ର ଚତୁର୍ଥ ଦିନରେ ଟିମ୍ ଇଣ୍ଡିଆ ଭ୍ରମଣକାରୀ ଦଳକୁ ଫଲୋଅନ୍ ଦେଇଥିଲା। ତେବେ ଦ୍ୱିତୀୟ ଇନିଂସରେ ଦକ୍ଷିଣ ଆଫ୍ରିକା ଦଳ ମାତ୍ର ୧୮୯ ରନ୍ରେ ଅଲ୍ ଆଉଟ୍ ହୋଇଥିଲା । ଖେଳିଥିଲା ମାତ୍ର ୬୭.୨ ଓଭର । ଦଳ ପକ୍ଷରୁ ଏଲଗାର ୪୮, ଭୁମା ୩୮, ଫିଲାଣ୍ଡର ୩୭ ଓ ମହାରାଜା ୨୨ ରନ୍ କରିଥିଲେ ।
That will be it. #TeamIndia win the 2nd Test by an innings & 137 runs. 2-0 🇮🇳🇮🇳 #INDvSA @Paytm pic.twitter.com/pt3PPffdQt
— BCCI (@BCCI) October 13, 2019
ଭାରତ ପ୍ରଥମ ଇନିଂସରେ ୫ ଓ୍ଵିକେଟରେ ୬୦୧ ରନ୍ କରି ଇନିଂସ ଘୋଷଣା କରିଥିବା ବେଳେ ଦକ୍ଷିଣ ଆଫ୍ରିକା ପ୍ରଥମ ପାଳିରେ ୨୭୫ ରନରେ ଅଲଆଉଟ୍ ହୋଇଥିଲା । ଫଳରେ ୩୨୬ ରନ୍ରେ ଆଗୁଆ ରହିଥିଲା ଟିମ୍ ଇଣ୍ଡିଆ। ଫଲୋଅନ୍ ପାଇଥିବା ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ଭାରତର ଶକ୍ତିଶାଳୀ ବୋଲିଂ ଆକ୍ରମଣରେ ଭୁଶୁଡ଼ି ପଡ଼ିଥିଲା । ପେସ୍ ବୋଲର୍ ଉମେଶ ଯାଦବ ଓ ସ୍ପିନର ରବୀନ୍ଦ୍ର ଜାଡେଜା ୩ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ସ୍ପିନର ଅଶ୍ୱିନ ୨ଟି ଓ ମହମ୍ମଦ ସାମି ଗୋଟିଏ ଓ୍ଵିକେଟ୍ ନେଇଛନ୍ତି।
ଅଧିନାୟକ ଭାବେ କୋହଲିଙ୍କର ଇଏ ଥିଲା ୫୦ତମ ଟେଷ୍ଟ ଏବଂ ଏହି ମ୍ୟାଚ୍ରେ ଦଳ ଚାରି ଦିନ ଭିତରେ ଚମତ୍କାର ବିଜୟ ହାସଲ କରିଛି ।
ଆସନ୍ତା ୧୯ ତାରିଖରେ ରାଞ୍ଚିରେ ଖେଳାଯିବ ତୃତୀୟ ତଥା ଅନ୍ତିମ ଟେଷ୍ଟ।
ସ୍କୋର : ଭାରତ ପ୍ରଥମ ଇନିଂସ୍-୬୦୧/୫, ପାଳି ଘୋଷଣା । ଦକ୍ଷିଣ ଆଫ୍ରିକା- ପ୍ରଥମ ଇନିଂସ୍ ୨୭୫, ଦ୍ୱିତୀୟ ଇନିଂସ୍-୧୮୯
ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ : ତାଲିକା ଶୀର୍ଷରେ ଭାରତ
ସେପଟେ ଏହି ଦମ୍ଦାର ବିଜୟ ପରେ ଭାରତୀୟ ଦଳ ବର୍ତ୍ତମାନ ଚାଲିଥିବା ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସିପ୍ ତାଲିକାର ଶୀର୍ଷ ସ୍ଥାନରେ ରହିଛି । ମୋଟ୍ ୨୦୦ ପଏଣ୍ଟରେ ପହଞ୍ଚିଛି ବିରାଟଙ୍କ ଦଳ । ଟେଷ୍ଟ ଚାମ୍ପିଅନ୍ସିପ୍ରେ ଏପର୍ଯ୍ୟନ୍ତ ଏକମାତ୍ର ଦଳ ଭାବେ ଭାରତ ତାର ସବୁ ମ୍ୟାଚ୍ ଜିତିଛି । େଓ୍ଵଷ୍ଟଇଣ୍ଡିଜ୍ ବିପକ୍ଷରେ ୨ଟି ଓ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦୁଇଟି ମ୍ୟାଚ୍ ଜିତିଛି ଭାରତୀୟ ଦଳ । ଭାରତ ପଛକୁ ସମାନ ୬୦ ପଏଣ୍ଟ ପାଇ ଯୁଗ୍ମ ଭାବେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଶ୍ରୀଲଙ୍କା ଓ ନ୍ୟୁଜିଲାଣ୍ଡ । ସେହିପରି ତୃତୀୟ ସ୍ଥାନରେ ଯୁଗ୍ମ ଭାବେ ୫୬ ପଏଣ୍ଟ ସହ ଅଛନ୍ତି ଇଂଲଣ୍ଡ ଓ ଅଷ୍ଟ୍ରେଲିଆ । ଟେଷ୍ଟ କ୍ରିକେଟ୍ର ଲୋକପ୍ରିୟତା ବଢ଼ାଇବା ଉଦ୍ଦେଶ୍ୟରେ ଆଇସିସି ଏହି ଟେଷ୍ଟ ଚାମ୍ପିଅନସିପ୍ ଆରମ୍ଭ କରିଛି ।