ବିଶ୍ୱ କବି ମହାକୁମ୍ଭ ପାଇଁ କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଲେ ପ୍ରଖ୍ୟାତ କବି ରମାକାନ୍ତ ଦାସ

ଭୁବନେଶ୍ବର(କେନ୍ୟୁଜ୍):  ଅକ୍ଟୋବର ୨ ତାରିଖରୁ ୬ ତାରିଖ ଯାଏଁ କିଟ୍‌ ପରିସରରେ ଆୟୋଜିତ ହୋଇଥିଲା ବିଶ୍ୱ କବି ମହାକୁମ୍ଭ । କିଟ୍‌, କିସ୍‌ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ଉଦ୍ୟମ କ୍ରମେ ପ୍ରଥମ ଥର ପାଇଁ ଓଡ଼ିଶାରେ ଏଭଳି ସମ୍ମିଳନୀ ଆୟୋଜନ କରି କଳା, ସଂସ୍କୃତି, ସାହିତ୍ୟ ଓ ପର୍ଯ୍ୟଟନକୁ ବିଶ୍ୱ ଦରବାରରେ ପହଞ୍ଚାଇ ଏବେ ପ୍ରଶଂସା ସାଉଁଟୁଛି କିଟ ଓ କିସ୍‌। ବିଶ୍ୱ କବି ସମ୍ମିଳନୀରେ ଯୋଗଦେଇଥିବା କବି ଓ ଲେଖକଙ୍କ ଅନେକ ପୁସ୍ତକ ଉନ୍ମୋଚିତ ହୋଇଥିଲା । ଯୋଗ ଦେଇଥିବା ପ୍ରଖ୍ୟାତ ଇଂରାଜୀ କବି ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ, ରାଜ୍ୟସଭାର ପୂର୍ବତନ ଯୁଗ୍ମସଚିବ ରମାକାନ୍ତ ଦାସଙ୍କ ଦ୍ୱାରା ଲିଖିତ ଇଂରାଜୀ ଗଦ୍ୟ ସାହିତ୍ୟ ପାର୍ଲାମେଣ୍ଟ ଅଫ୍‌ ଇଣ୍ଡିଆ ଅନ୍‌ ଇଭୋଲ୍ୟୁସନ୍‌ ପୁସ୍ତକ ଉନ୍ମୋଚିତ ହୋଇଛି। ୩୯ତମ ବିଶ୍ୱ କବି ସମ୍ମିଳନୀର ସଭାପତି ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରଖ୍ୟାତ କବି ରମାକାନ୍ତ ଦାସ ।